ଦେଶ ବିଦେଶବାଣିଜ୍ୟ

ଖୁବ୍ ଶୀଘ୍ର ଦେଶରେ ପୁଣି ମିଳିପାରେ ରୋଷେଇ ଗ୍ୟାସ୍ ସବସିଡି

ଗ୍ରାହକଙ୍କୁ ୩୦୩ ଟଙ୍କା ପର୍ଯ୍ୟନ୍ତ ମିଳିବ ରିହାତି

ମୂଲ୍ୟ ବୃଦ୍ଧିରେ ଏବେ ଜନତା ହତାସ। ରୋଷେଇ ଗ୍ୟାସ୍ ସିଲିଣ୍ଡର ଦାମ ୯୦୦ ଟଙ୍କାକୁ ପହଞ୍ଚିବା ଲୋକଙ୍କ ହାଣ୍ଡିଶାଳ ବଜେଟ ବିଗାଡି ଦେଇଛି। ଏଥିରେ ଗତ କିଛିମାସ ହେଲା ଲୋକଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସବସିଡି ବାବଦ ଟଙ୍କା ବି ମିଳୁନି। ତେବେ ମୂଲ୍ୟବୃଦ୍ଧିରେ ଚିନ୍ତିତ ହେବାର ଆଉ ଆବଶ୍ୟକତା ନାହିଁ। କାରଣ କେନ୍ଦ୍ର ସରକାର ବନ୍ଦ କରିଦେଇଥିବା ଗ୍ୟାସ୍‌ ସବସିଡି ପୁଣି ଆରମ୍ଭ କରିବାକୁ ବିଚାର କରୁଛନ୍ତି। ଇକନୋମିକ୍ସ ଟାଇମ୍ସ ମୁତାବକ କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ନିକଟକୁ ଏ ବାବଦେ ଏକ ପ୍ରସ୍ତାବ ଆସିଛି। ଯାହା ଉପରେ ଏବେ ଚର୍ଚ୍ଚା ହେବ ବୋଲି ଜଣାପଡିଛି। ଏବେ ଦେଶର ଝାଡଖଣ୍ଡ, ପୂର୍ବୋତ୍ତର ରାଜ୍ୟ, ଛତିଶଗଡ ଓ ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଅଞ୍ଚଳ ଓ ଆଣ୍ଡାମାନରେ ରୋଷେଇ ଗ୍ୟାସ ସବସିଡି ଲୋକଙ୍କୁ ପ୍ରଦାନ କରାଯାଉଛି। ସରକାର ଏହି ବ୍ୟବସ୍ଥାକୁ ସାରା ଦେଶରେ ପୁଣି ଲାଗୁ କରିବା ଲାଗି ପ୍ରସ୍ତାବରେ ଇଛା ପ୍ରକଟ କରିଛନ୍ତି।

ଏଣୁ ଖୁବଶୀଘ୍ର ସାରା ଦେଶରେ ଗ୍ରାହକଙ୍କୁ ପୁଣି ରୋଷେଇ ଗ୍ୟାସ ସବସିଡି ମିଳିବ ବୋଲି ଆଶା କରାଯାଉଛି। ସେପଟେ ଅଏଲ ମାର୍କେଟିଂ କମ୍ପାନୀଙ୍କ ପକ୍ଷରୁ ମିଳୁଥିବା ସଂକେତରୁ ରୋଷେଇ ଗ୍ୟାସ୍ ସିଲିଣ୍ଡର ପିଛା ସରକାର ୩୦୩ ଟଙ୍କା ପର୍ଯ୍ୟନ୍ତ ରିହାତି ଦେବାକୁ ବିଚାର କରୁଛନ୍ତି। ଏଥିରୁ ବଜାରରେ ଏବେ ୯୦୦ ଟଙ୍କାରେ ମିଳୁଥିବା ଗ୍ୟାସ୍‌ ସିଲିଣ୍ଡରରେ ଗ୍ରାହକ ଏହି ରିହାତି ପାଇଲେ ସେମାନଙ୍କୁ ସିଲିଣ୍ଡର ପିଛା କ୍ରୟମୂଲ୍ୟ ପାଖାପାଖି ୬୦୦ ଟଙ୍କା ପଡିବ। ଯାହା ସେମାନଙ୍କ ଲାଗି ବାସ୍ତବିକ ଆଶ୍ୱସ୍ତିକର ହେବ। ତେବେ ଏକ ସୂଚନାରୁ ସବସିଡି ବାଦେ ଗ୍ରାହକ ଏବେ ପ୍ରତି ସିଲିଣ୍ଡର ୫୮୭ ଟଙ୍କା ଦରରେ କିଣିବେ ବୋଲି ଜଣାପଡିଛି। ଏପ୍ରିଲ ୨୦୨୦ରେ ସରକାର ଶେଷ ଥର ଗ୍ୟାସ୍ ସବସିଡି ପ୍ରଦାନ କରିଥିଲେ। ସେତେବେଳେ ସିଲିଣ୍ଡର ପିଛା ଦର ୭୩୧ଟଙ୍କା ଥିବା ବେଳେ ସରକାର ବ୍ୟାଙ୍କ ଆକାଉଣ୍ଟରେ ସବସିଡି ବାବଦକୁ ୧୪୭ଟଙ୍କା ୬୭ ପଇସା ପଠାଇଥିଲେ। ଏଣୁ ଗ୍ରାହକଙ୍କୁ ସିଲିଣ୍ଡର ପିଛା କ୍ରୟମୂଲ୍ୟ ୫୮୩ଟଙ୍କା ୩୩ ପଇସା ଦେବାକୁ ପଡୁଥିଲା। ଏବେ ଘରୋଇ ଗ୍ୟାସ୍‌ ସିଲିଣ୍ଡର ପିଛା ୨୦୫ ଟଙ୍କା ୫୦ ପଇସା ମହଙ୍ଗା ହୋଇଥିବା ବେଳେ କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ୬୫୫ ଟଙ୍କା ମହଙ୍ଗା ହୋଇଛି।

Show More

Related Articles

Back to top button