ଦେଶ ବିଦେଶପାଣିପାଗସ୍ୱତନ୍ତ୍ର

ଭୟଙ୍କର ଭୂକମ୍ପରେ ଥରିଲା ତାଇୱାନ

୨୪ ଘଣ୍ଟା ମଧ୍ୟରେ ପୁଣି ଦ୍ୱିତୀୟ ଥର ପାଇଁ ତାଇୱାନରେ ଭୟଙ୍କର ଭୂକମ୍ପ ହୋଇଛି । ରାତି ୧୦ଟା ସମୟରେ ତାଇୱାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସେଲରେ ଭୂକମ୍ପ ତୀବ୍ରତା ୬.୫ ରେକର୍ଡ କରାଯାଇଛି । ଏହାର ଠିକ୍‌ ଅଧଘଣ୍ଟା ପରେ ପୁଣିଥରେ ୫.୩ ତୀବ୍ରତାର ସହ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ କେନ୍ଦ୍ରସ୍ଥଳୀ ରହିଥିଲା ୧୦ କିଲୋମିଟର ଗଭୀରତା ସହ ୨୩.୦୫ ଡିଗ୍ରୀ ଉତ୍ତର ଓ ୧୨୧.୨୧ ଡିଗ୍ରୀ ଦକ୍ଷିଣରେ ।

ଭୂକମ୍ପ ଝଟକାରେ କେଉଁଠି କାନ୍ଥ ଭୁଶୁଡି ଯାଇଥିଲା ତ ପୁଣି କୋଠା ବଙ୍କା ହୋଇଯାଇଥିଲା । ବିଦ୍ୟୁତ ସେବା ବିଚ୍ଛିନ୍ନ ହେବା ସହ ଖୁବ ଜୋରରେ ଶବ୍ଦ କରି ପାଣି ପାଇପ ଫାଟି ଯାଇଥିଲା । ରେଳସେବା ମଧ୍ୟ ବ୍ୟାହତ ହୋଇଛି । ତେବେ ମୃତାହତ ବିଷୟରେ କାଣସି ସୂଚନା ମିଳିନାହିଁ ।

ଲଗାତାର ଦୁଇଟି ଦୁଇଟି ଭୂକମ୍ପ ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଭୂମିକମ୍ପର ଉତ୍ପତି ସ୍ଥଳ ସମୁଦ୍ରରେ ଥିବା ଯୋଗୁ ସୁନାମୀ ଭୟ ମଧ୍ୟ ରହିଛି। ତେବେ ସୁନାମୀ ପାଇଁ ଏପର୍ଯ୍ୟନ୍ତ ସତର୍କତାଜାରି ହୋଇ ନାହିଁ।

Show More

Related Articles

Back to top button