ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଗୁଜରାଟ ନିର୍ବାଚନ ପାଇଁ ରାଘବ ଚଢ଼ାଙ୍କୁ ମିଳିଛି ବଡ ଦାୟିତ୍ୱ

ସାଂସଦ ରାଘ‍ବ ଚଢ଼ାଙ୍କୁ ଆମ ଆଦମୀ ପାର୍ଟି ତରଫରୁ ମିଳିଛି ଏକ ବଡ଼ ଦାୟିତ୍ୱ । ଗୁଜରାଟ ପାଇଁ ରାଘବଙ୍କୁ ମିଳିଛି କୋ-ଇନ୍‌ଚାର୍ଜ ଦାୟିତ୍ୱ। ଆଗକୁ ଗୁଜରାଟ ନିର୍ବାଚନ ଥିବାରୁ ରାଘବଙ୍କୁ ମିଳିଛି ଏହି ପ୍ରମୁଖ ଦାୟିତ୍ୱ। ପଞ୍ଜାବ ନିର୍ବାଚନ ବେଳେ ସମାନ ଦାୟିତ୍ୱ ନିଭାଇଥିଲେ ରାଘବ। ଏଠାରେ ପୂରା ଦମରେ ଲାଗିପଡ଼ିଛି ଆପ୍‌। ପଞ୍ଜାବ ବିଜୟ ପଛରେ ପ୍ରମୁଖ ଭୂମିକା ନିଭାଇଥିଲେ ରାଘବଚଢ଼ା। ଦଳ ପାଇଁ ଉଭୟ ଦିଲ୍ଲୀ ଏବଂ ପଞ୍ଜାବ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଛନ୍ତି ରାଘବ। ରାଜନୀତିରେ ଯୁବପିଢ଼ିଙ୍କ ମଧ୍ୟରେ ଅତି ଅଳ୍ପ ଦିନରେ ରାଘବ ବେଶ ଲୋକପ୍ରିୟ ହୋଇ ପାରିଥିବା ଦଳ ଅନୁଭବ କରିଥିଲା। ତେଣୁ ରାଘବଙ୍କ ଲୋକପ୍ରିୟତାକୁ ଦଳ କାମରେ ଲଗାଇବାକୁ ଦଳ ଚିନ୍ତା କରିଛି। ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟ ବିଧାନସଭା ନିର୍ବାଚନ ରହିଛି। ଦୀର୍ଘ ବର୍ଷ ହେବ ଏଠାରେ କଂଗ୍ରେସ କ୍ଷମତାରୁ ଅପସାରିତ ହୋଇ ବନବାସ ଅବସ୍ଥାରେ ଅଛି। ତେଣୁ ମୋଦିଙ୍କ ହାତକୁ କ୍ଷମତା ଗଲା ପରେ ବିଜେପିର ଗଡ଼ ହୋଇ ରହି ଆସିଛି ଗୁଜରାଟ । କିନ୍ତୁ କିଛି ମାସ ହେଲା କେଜ୍ରିୱାଲ ଘନ ଘନ ଗସ୍ତ କରିବା ରାଜ୍ୟ ରାଜନୀତୀର ପାଣିପାଗକୁ ଚହଲେଇ ଦେଲେଣି । ଏବେ କଂଗ୍ରେସ ନୁହେଁ ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି ଆପ୍‌। କାରଣ କିଛି ମାସ ତଳେ ଆପ୍‌ ପଞ୍ଜାବକୁ ଅକ୍ତିଆର କରିବା ପରେ ସମଗ୍ର ଦେଶରେ ଦବଦବା ବଜାୟ ରଖିଥିବା ବିଜେପିକୁ ମଧ୍ୟ ଭୟ ଘାରିଛି। ଏହାରି ଭିତରେ କେଜ୍ରିୱାଲ ରାଜ୍ୟବାସୀଙ୍କୁ ୧୦ଟି ଗ୍ୟାରେଣ୍ଟି ଦେଇଛନ୍ତି। ଗ୍ୟରେଣ୍ଟିରେ ମୁଖ୍ୟତଃ ଛାତ୍ର-ଛାତ୍ରୀମାନଙ୍କୁ ମାଗଣା ବସ ଯାତ୍ରାର ସୁବିଧା ଦିଆଯିବା ସହ ୨୪ଘଣ୍ଟା ପାଣି ଓ ବିଦ୍ୟୁତ୍  ପାରିବେ ବୋଲି କୁହାଯାଇଛି।

 

Show More

Related Articles

Back to top button