ଓଡ଼ିଶାମୁଖ୍ୟ ଖବର

ମିଳିଲା ସ୍ୱିଗି ବୟର ସନ୍ଧାନ : ନିଜେ ନିଜକୁ କରିଥିଲା ଅପହରଣ

ଅପହୃତ ଡେଲିଭରି ବଏର ମିଳିଲା ସନ୍ଧାନ । ଡେଲିଭରି ବଏ ଜଣକ ନିଜେ ନିଜକୁ ଅପହରଣ କରିଥିଲା । ଆଜ୍ଞା ହଁ, ପ୍ରେମ ପାଇଁ ନିଜେ ରଚିଥିଲା ଅପହରଣ ନାଟକ । ନିଜ ପରିବାର ସଦସ୍ୟଙ୍କୁ ମିଛ ଅପହରଣର କାହାଣୀ ଶୁଣାଇ ଟ୍ରେନ ଯୋଗେ ରାଜ୍ୟ ବାହାରକୁ ପଳାଇଥିଲା । ଯାହାକି ସିସିଟିଭିରେ କଏଦ ହୋଇଛି । ତାକୁ ରାଜ୍ୟ ବାହାରେ ପୋଲିସ ଅଟକ ରଖିଛି । ଏନେଇ ବିସ୍ତୃତ ସୂଚନା ଦେବ ପୋଲିସ । ଖୁବଶୀଘ୍ର ସ୍ୱିଗି ବୟକୁ ଓଡିଶା ଅଣାଯିବ ।

ସୂଚନାଯୋଗ୍ୟ, ଗତ ୧୧ ତାରିଖ ରାତିରେ ସ୍ବିଗି ଡେଲିଭରି ବୟ ପତିତପାବନଙ୍କୁ ଅପହରଣ କରି ନିଆଯାଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତାଙ୍କ ପରିବାର ଲୋକଙ୍କ ସୂଚନା ଆଧାରରେ ଧଉଳି ଥାନା ଅଧୀନ ଦୟାବ୍ରିଜ ଲିଙ୍ଗିପୁର ସ୍ଥିତ ଏକ ନିକାଞ୍ଚନ ଜାଗାରୁ ତାଙ୍କ ଚିରାଗଞ୍ଜି, ଏକ ଛୁରି, ବ୍ୟାଗ, ଚପଲ, ପାଣି ବୋତଲ ଆଦି ଜବତ କରିଥିଲା । ଏସବୁ ପ୍ରମାଣ ଅପହରଣ କାହାଣୀକୁ ଆହୁରି ମଜବୁଦ କରିଦେଲା କିନ୍ତୁ ଏବେ ସେ ପୋଲିସ ଆଗରେ ଧରାପଡିଛି ।

Show More

Related Articles

Back to top button