Breaking PLUSଓଡ଼ିଶାମୁଖ୍ୟ ଖବର

ବଢୁଛି ହୀରାକୁଦ ଜଳସ୍ତର

ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧୬୭୮୮୦ ଘନଫୁଟ ପାଣି

ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ସେହିପରି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ଏବେ ଚିନ୍ତାଜନକ ନଥିଲେ ମଧ୍ୟ କ୍ରମଶଃ ବଢ଼ୁଛି । ସୋମବାର ସନ୍ଧ୍ୟା ୬ଟାବେଳେ ଜଳସ୍ତର ୬୨୫.୧୦ ଫୁଟ ଥିଲା । ପ୍ରତି ସେକେଣ୍ଡରେ ୧,୬୭୮୮୦ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ମାତ୍ର ୨୧,୫୦୨ ଘନଫୁଟ ।

ବରମୁଳରେ ୧.୫୫ ଲକ୍ଷ କ୍ୟୁସେକ ଓ ଖଇରମାଳରେ ୧.୧୮ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା । ମୁଣ୍ଡୁଳିରେ ସନ୍ଧ୍ୟା ୬ଟାବେଳେ ୭୮,୫୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା । ଉପକୂଳରେ ଲଗାଣ ବର୍ଷା ପରେ ଆଭ୍ୟନ୍ତରୀଣ ଓଡ଼ିଶାକୁ ବୁଡ଼ାଉଛି ବର୍ଷା । ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ଢେଙ୍କାନାଳ, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଛତିଶଗଡ଼ରେ ବି ଆସନ୍ତା ୨୪ ଘଣ୍ଟା ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଉପରମୁଣ୍ଡରେ ବର୍ଷା ଆସିଲେ ମହାନଦୀ ଫୁଲିବ । ହାତୀ, ତେଲରେ ପ୍ରବଳ ମାତ୍ରାରେ ପାଣି ଆସିଲେ ମହାନଦୀ ଜଳସ୍ତର ଉପରମୁହାଁ ହେବ ବୋଲି ଅନୁମାନ କରାଯାଉଛି ।

Show More

Related Articles

Back to top button