ଫିଲ୍ମ ନମିଳିବାର କାରଣ ବଖାଣିଲେ ସ୍ୱରା ଭାସ୍କର

ବଲିଉଡରେ ବେଶ୍ ଜଣାଶୁଣା ସ୍ୱରା ଭାସ୍କର । ଦେଶର ସମସ୍ତ ବଡ ପ୍ରସଙ୍ଗ ଉପରେ ନିଜର ମତାମତ ଦେଉଥିବାର ନଜର ଆସନ୍ତି ସ୍ୱରା । ବିଶେଷ କରି ସେ ମୁକ୍ତ ଭାବରେ ସମସ୍ତ ରାଜନୈତିକ ପ୍ରସଙ୍ଗ ଉପରେ ମତାମତ ଦେବାକୁ ପସନ୍ଦ କରନ୍ତି । ତାଙ୍କର ଏହି ନିର୍ଭୀକ ଏବଂ ନିର୍ବୋଧ ଏବଂ ରାଜନୈତିକ ବିବୃତ୍ତି ହେତୁ ତାଙ୍କୁ ଅନେକ ଥର ଫିଲ୍ମରୁ ହଟାଇ ଦିଆଯାଇଛି । ଯାହାକି ତାଙ୍କ କ୍ୟାରିୟର ଉପରେ ଅନେକ ପ୍ରଭାବ ପକାଇଛି ।
ନିକଟରେ ଏକ ସାକ୍ଷାତକାରରେ ସ୍ୱରା ନଜ କାହାଣୀ ବଖାଣିଛନ୍ତି । ନିଜ ମନର କଥାକୁ ସର୍ବସାଧାରଣରେ ପ୍ରକାଶ କରିବାଯୋଗୁଁ ବହୁତ୍ କଷ୍ଟ ସହିବାକୁ ପଡିଛି । ଅନେକ ଦିଗରେ କ୍ଷତି ସହିଛନ୍ତି ସ୍ୱରା । ଯାହାର ବଡ ଉଦାହରଣ ହେଉଛି କୌଣସି ଫିଲ୍ମରେ କାମ ନମିଳିବା ।
ସ୍ୱରା ଆହୁରି କହିଛନ୍ତି- ‘ଲୋକମାନେ ମୋତେ କହିଥିଲେ ଯେ,’ ଫିଲ୍ମରେ ଆପଣଙ୍କୁ କାଷ୍ଟିଂ କରିବାକୁ ବହୁତ ମେକର୍ସ ଭୟ କରନ୍ତି । ଫିଲ୍ମ ଏବଂ ଷ୍ଟ୍ରିମିଂ ପ୍ଲାଟଫର୍ମରେ ବହୁତ ଭୟ ରହିଛି । କିନ୍ତୁ ଭଲ କଥା ହେଉଛି ମୁଁ ସ୍ୱାଧୀନ ଚିନ୍ତାଧାରାରେ ବଞ୍ଚିବାକୁ ପସନ୍ଦ କରେ । ତେଣୁ କାହା ପାଇଁ ନିଜକୁ ପରିବର୍ତ୍ତନ କରିପାରିବି ନାହିଁ । ଏଥିପାଇଁ କାହାର ଅସୁବିଧା ହେଲେ କିଛି ଫରକ ପଡିବ ନାହିଁ ।
ସୂଚନା ଯୋଗ୍ୟ , ସ୍ୱରା ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଜାହାନ ଚାର ୟାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ମହିଳାଙ୍କ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ୧୬ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ତିନି ବର୍ଷ ପରେ ସ୍ୱରାଙ୍କୁ ଫିଲ୍ମରେ କାମ କରୁଥିବା ଦେଖିବାକୁ ମିଳିବ । ସ୍ୱ