Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ମୋ ପୁଅକୁ ବିଷ ଦେଉଥିଲା ରିୟା: ସୁଶାନ୍ତଙ୍କ ପିତା

ଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି ସୁଶାନ୍ତ ବାପା କେ.କେ. ସିଂହ।

ମୁମ୍ୱାଇ: ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲା ଦିନକୁ ଦିନ ବେଶ ଅଡୁଆ ହେବାରେ ଲାଗିଛି। ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି ସୁଶାନ୍ତ ବାପା କେ.କେ. ସିଂହ। ସେ କହିଛନ୍ତି, ରିୟା ମୋ ପୁଅକୁ ବିଷ ଦେଇ ଆସୁଥିଲା ଏବଂ ସେ ହିଁ ତାଙ୍କ ହତ୍ୟକାରାଣୀ। ଏହି ଘଟଣାକୁ ନେଇ ସିବିଆଇ ତାଙ୍କୁ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ ଯାଞ୍ଚ କରୁଛି । ଏହି ଘଟଣାକୁ ନେଇ ସିବିଆଇ ସୁଶାନ୍ତଙ୍କ ରୋଷେୟା ନୀରଜ, ତାଙ୍କ ଫ୍ଲାଟ୍‌ମେଟ୍‌ ସିଦ୍ଧାର୍ଥ ଏବଂ ସେହି ବିଲ୍ଡିଂର ଜଗୁଆଳିକୁ ସିବିଆଇ ୧୩ ଘଣ୍ଟା ଧରି ଜେରା କରିଥିବା ଜାଣିବାକୁ ମିଳିଛି।

Show More

Related Articles

Back to top button