Breaking PLUSଦେଶମୁଖ୍ୟ ଖବର

ନୋଟ ବଦଳରେ ଭୋଟ ମାମଲାରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନିକ ବେଂଚର ନିଷ୍ପତ୍ତି- ଜନପ୍ରତିନିଧିଙ୍କ ଉପରେ ଚାଲିବ ମକଦ୍ଦମା

ସାତଜଣ ବିଚାରପତିଙ୍କ ସାମ୍ବିଧାନିକ ବେଂଚ ନରସିଂହା ରାଓଙ୍କ 1998 ନିଷ୍ପତ୍ତିକୁ କଲେ ରଦ୍ଦ
ନୂଆଦିଲ୍ଲୀ- ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ 7ଜଣ ବିଚାରପତିଙ୍କ ସାମ୍ବାଧାନିକ ବେଂଚ ଏକମତ ନିଷ୍ପତ୍ତିରେ କହିଛନ୍ତି ଯେ, ଯଦି ସାଂସଦ କିମ୍ବା ବିଧାୟକ ଲାଂଚ ନେଇ ଗୃହରେ ମତଦାନ କିମ୍ବା ଭାଷଣ ଦେବେ ତେବେ ସେମାନେ ମକଦ୍ଦମାର କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିପାରିବେ ନାହିଁ । ଆଜି 7ଜଣ ବିଚାରପତିଙ୍କ ସାମ୍ବାଧାନିକ ପୀଠ 1998ର ନରସିଂହା ରାଓଙ୍କ ନିଷ୍ପତ୍ତିକୁ ରଦ୍ଦ କରି କହିଛନ୍ତି ଯେ, ଯଦି ବିଧାୟକ ଲାଂଚ ନେଇ ରାଜ୍ୟସଭାରେ ଭୋଟ ଦେବେ ତେବେ ସେମାନଙ୍କ ଉପରେ ପ୍ରିଭେନସନ ଅଫ୍ କରପସନ ଆକ୍ଟ ଆଧାରରେ ମାମଲା ହୋଇପାରିବ ।
ସୁପ୍ରିମକୋର୍ଟ ଏହି ମାମଲାରେ 2023, ଅକ୍ଟୋବର 5ରେ ରାୟ ସଂରକ୍ଷିତ ରଖିଥିଲେ । ଏଠାରେ ସୂଚନା ଯୋଗ୍ୟ ସୀତା ସୋରେନ 2012ରେ ଝାରଖଣ୍ଡ ବିଧାନସଭାରେ ବିଧାୟକ ଥିଲେ । ସେହି ସମୟରେ ରାଜ୍ୟସଭା ନିର୍ବାଚନରେ ସପକ୍ଷରେ ଭୋଟ୍ ଦେବା ପାଇଁ ଜଣେ ରାଜ୍ୟସଭା ପ୍ରାର୍ଥୀଙ୍କଠାରୁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା କିନ୍ତୁ ଏହା ବଦଳରେ ସେ ଅନ୍ୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ। ସୀତା ସୋରେନଙ୍କ ଶ୍ୱଶୁର ଓ ଝାମୁମୋ ନେତା ଶିବୁ ସୋରେନଙ୍କୁ 1998ର ସମ୍ବିଧାନ ପୀଠର ନିଷ୍ପତ୍ତି ରକ୍ଷା କରିଥିଲା । ସେହି ସମୟରେ ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିରେ ସାଂସଦମାନେ ଯେଉଁମାନେ ଟଙ୍କା ନେଇ ରାଓ ସରକାରଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ ସେମାନଙ୍କୁ ଆଶ୍ୱସ୍ତି ଦେଇଥିଲେ ।

Show More

Related Articles

Back to top button