Breaking PLUSଦେଶମୁଖ୍ୟ ଖବର

ଆଦାନୀ-ହିଡେନବର୍ଗ ମାମଲାରେ ହେବନି ଏସଆଇଟି କିମ୍ବା ସିବିଆଇ ତଦନ୍ତ

ପିଟିସନ ଖାରଜ କଲେ ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ, 3 ଜାନୁୟାରୀ – ଆଦାନୀ-ହିଡେନବର୍ଗ ମାମଲାର ଏସଆଇଟି କିମ୍ବା ସିବିଆଇ ତଦନ୍ତ ଦାବିକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେ, ସେବିର ଯାଞ୍ଚକୁ ନେଇ ସନ୍ଦେହ ପ୍ରକଟ କରିବାର କୌଣସି କାରଣ ନାହିଁ । ନିୟାମକ ସଂସ୍ଥା ସେବିର କାର୍ଯ୍ୟରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ । ବାକି ଥିବା ଦୁଇଟି ମାମଲାର ଯାଞ୍ଚ ତିନିମାସରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ମାମଲାରେ କୌଣସି ତୃତୀୟ ପକ୍ଷର ଯାଞ୍ଚକୁ ସତ୍ୟାପିତ କରିବା ବିନା ଏହା ଉପରେ ଭରସା କରାଯାଇପାରିବ ନାହିଁ । କେନ୍ଦ୍ର ସରକାର ଭାରତୀୟ ନିବେଶକଙ୍କ ହିତର ସୁରକ୍ଷା ପାଇଁ କୋର୍ଟ ପକ୍ଷରୁ ଗଠିତ କମିଟିର ପରାମର୍ଶ ଉପରେ ବିଚାର କରନ୍ତୁ । ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ସେବିକୁ କହିଛନ୍ତି ଯେ, ହିଡେନବର୍ଗ ରିପୋର୍ଟରେ ସର୍ଟ ସେଲିଂର ଅଭିଯୋଗକୁ ଯାଞ୍ଚ କରନ୍ତୁ ଏବଂ କୌଣସି ନିୟମର ଉଲ୍ଲଂଘନ ହୋଇଛି କି ନାହିଁ ତାର ତଦନ୍ତ କରନ୍ତୁ ।
ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ପ୍ରେସ ବିଜ୍ଞପ୍ତି କିମ୍ବା କୌଣସି ସଙ୍ଗଠନର ଖବର ରିପୋର୍ଟକୁ ଭରସାଯୋଗ୍ୟ ସାକ୍ଷା ଭାବେ ସେବି ଗ୍ରହଣ କରିପାରିବ ନାହିଁ ।

Show More

Related Articles

Back to top button