ବ୍ୟକ୍ତିତ୍ୱମନୋରଞ୍ଜନସେଲିବ୍ରିଟି

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ‘ଦାଦା ସାହେବ ଫାଲକେ’ ଆୱାର୍ଡ

ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିଲା ‘ଦାଦା ସାହେବ ଫାଲକେ’ ପୁରସ୍କାର । ୬୭ତମ ଜାତୀୟ ଫିଲ୍ମ ଆୱାର୍ଡ଼ ଅବସରରେ ଦିଲ୍ଲୀ ବିଗ୍ୟାନ ଭବନରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କଠାରୁ ସେ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଛନ୍ତି । ସୁପରଷ୍ଟାର ଏହି ପୁରସ୍କାରକୁ ତାଙ୍କ ନିର୍ମାତା, ନିର୍ଦ୍ଦେଶକ, ଥିଏଟର ଅଧିକାରୀ, ଟେକ୍ନିସିଆନ ଏବଂ ପ୍ରଶଂସକକୁ ଉତ୍ସର୍ଗ କରିଛନ୍ତି ।

ସେ ତାଙ୍କ ପୁତୁରା ଧନୁଷଙ୍କ ସହ ଏହି ଉତ୍ସବରେ ଯୋଗଦେଇଥିଲେ । ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହେବା ପରେ ସୁପରଷ୍ଟାର ରଜନୀକାନ୍ତ ଏକ ବସ୍ କଣ୍ଡକ୍ଟରରୁ ଜଣେ ପ୍ରଖ୍ୟାତ ଅଭିନେତାଙ୍କ ଯାତ୍ରାକୁ ମନେ ପକାଇଥିଲେ । ଏହାସହ ତାଙ୍କୁ ଫିଲ୍ମରେ ଯୋଗଦେବାକୁ ପରାମର୍ଶ ଦେଇଥିବା ପୁରୁଣା ବନ୍ଧୁଙ୍କୁ ଧନ୍ୟବାଦ ଦେଇଥିଲେ ।

ଗାୟକ ଆଶା ଭୋସଲେ ଏବଂ ଶଙ୍କର ମହାଦେବନ, ଅଭିନେତା ମୋହନଲାଲ ଏବଂ ବିଶ୍ୱଜିତ ଚାଟାର୍ଜୀ ଏବଂ ଚଳଚ୍ଚିତ୍ର ନିର୍ମାତା ସୁଭାଷ ଘାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଚଳିତବର୍ଷ ପ୍ରାରମ୍ଭରେ ରଜନୀକାନ୍ତଙ୍କୁ ଚୟନ କରିଥିଲେ । ଆଜି ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ବିଶ୍ୱଜିତ ଚାଟାର୍ଜୀ କହିଲେ, ସେମାନେ ରଜନୀକାନ୍ତଙ୍କୁ ଏହି ସମ୍ମାନ ପାଇଁ ଚୟନ କରିଛନ୍ତି, କାରଣ ସେ ଜଣେ ଦକ୍ଷ ବ୍ୟକ୍ତି ।

Show More

Related Articles

Back to top button