
ନ୍ୟାୟ ପାଇବା ପାଇଁ ଲଢେଇ କରୁଥିବା ଏକ ପରିବାର ଆଜି ସକାଳେ ନବୀନ ନିବାସ ଆଗରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ପୁଅର ହତ୍ୟାକାରୀକୁ ପୁଲିସ ଗିରଫ କରିନଥିବାରୁ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ପରିବାରର ୬ ସଦସ୍ୟ ଆତ୍ମାହୁତି ଉଦ୍ୟମ କରିଛନ୍ତି । ୨୦୨୨ ଚନ୍ଦ୍ରଶେଖରପୁର ଥାନା ଅଂଚଳରେ ଏକ ଯୁବକ ଦୈତ୍ୟରାଜ୍ ନାୟକଙ୍କୁ ହତ୍ୟା କରାଯାଇଥିଲା
ଏହି ହତ୍ୟାକାଣ୍ଡରେ ପୁଲିସ କାହାକୁ ଗିରଫ କରୁନଥିବା ବେଳେ ବାରମ୍ବାର ପରିବାର ଲୋକଙ୍କ ଆନ୍ଦୋଳନ ପରେ ପୁଲିସ ଗତ ୧୫ ତାରିଖରେ ଅଶୋକ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ଅନ୍ୟ ଅଭିଯୁକ୍ତ ମାନେ ଏବେବି ବାହାରେ ବୁଲୁଥିବା ବେଳେ ପରିବାର ଲୋକଙ୍କୁ ଆକ୍ରମଣ କରୁଛନ୍ତି । ଯାହାକୁ ନେଇ ନ୍ୟାୟ ପାଇବା ପାଇଁ ନବୀନ ନିବାସ ଆଗରେ ଆତ୍ମାହୁତି କରିବାକୁ ପରିବାର ଲୋକ ଆସିଥିଲେ ।