ଓଡ଼ିଶାସ୍ୱାସ୍ଥ୍ୟ

ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ । ଏଭଳି ଘଟଣା ଦେଖିବାକୁ ମିଳିଛି  ବରଗଡ଼ ଜିଲା ସୋହେଲା ବ୍ଳକ ରେଙ୍ଗାଲି ପଞ୍ଚାୟତ ଅଧୀନ ବ୍ରାହ୍ମଣୀଡିହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସମସ୍ତ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ଜିଲା ସୋହେଲା ବ୍ଳକ ରେଙ୍ଗାଲି ପଞ୍ଚାୟତ ଅଧୀନ ବ୍ରାହ୍ମଣୀଡିହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଭାତ ଏବଂ ସୋୟାବିନ ତରକାରୀ ଖାଇ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଥିଲେ । ହଠାତ୍ ପିଲାଙ୍କୁ ବାନ୍ତି ସହ ପେଟ, ମୁଣ୍ଡ ବ୍ୟଥା ହେବାରୁ ଅଭିଭାବକଙ୍କୁ ଡାକି ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ପଧାନ ଛାତ୍ରୀଛାତ୍ରଙ୍କୁ ସୋହେଲା ଡାକ୍ତରଖାନାକୁ ଆଣିଥିଲେ। ୪୦ଜଣ ଛାତ୍ରୀଛାତ୍ରଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣ ଛାତ୍ରୀଙ୍କୁ ସାଲାଇନ ଦିଆଯାଇଛି। ବର୍ତ୍ତମାନ  ସମସ୍ତ ଛାତ୍ରୀଛାତ୍ର ବିପଦମୁକ୍ତ ଥିବା ଡାକ୍ତରଙ୍କ ପତ୍7ରୁ ସୂଚନା ମିଳିଛି ।

ଖବର ପାଇ ସୋହେଲା ବ୍ଲକ ଶିକ୍ଷା ଅଧିକରୀ ଅମୃତା ସାହୁ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଗୋଲାପ ମିଶ୍ର ଡାକ୍ତରଖାନାରେ ପହଞ୍ଚିଥିଲେ। ଏପରିକି ସୋହେଲା ବିଡିଓ ବିଶ୍ୱରଞ୍ଜନ କର ହସ୍ପିଟାଲରେ ପହଞ୍ଚି ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ।

ଅନ୍ୟପଟେ ମଧ୍ୟାହ୍ନ ଭୋଜନକୁ ପ୍ରଥମେ ରୋଷେୟା, ଜଣେ ଶିକ୍ଷକ ଏବଂ ଖାଦ୍ୟ କମିଟି ସଦସ୍ୟ ଖାଇବା ପରେ ଛାତ୍ରୀଛାତ୍ରଙ୍କୁ ପରସିବା ନିୟମ ରହିଥିବାବେଳେ ଏହି ନିୟମର ପାଳନ ହେଉ ନ ଥିବାରୁ ଏଭଳି ଘଟଣା ଘଟିଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି।

Show More

Related Articles

Back to top button