ଓଡ଼ିଶା

ଭୟଙ୍କର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ,୪୪ ମୃତ୍ୟୁ ୩୦୦ରୁ ଅଧିକ ଗୁରୁତର

ଭୟଙ୍କର ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିବାବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ରେକର୍ଡ କରାଯାଇଛି । ଭୂକମ୍ପରେ ଅଧିକ ଧନ ଜୀବନ ନଷ୍ଟ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ ଏହି ଭୂକମ୍ପ ଝଟକାରେ ୪୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ପାଖାପାଖି ୩୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ସହରର ଉଚ୍ଚ ଉଚ୍ଚ ଅଟାଳିକ ଦୋହଲି ଯାଇଥିବା ଜଣା ପଡ଼ିଛି ।

ସୂଚନା ଥାଉକି, ପୂର୍ବରୁ ଶୁକ୍ରବାର ନ୍ଧ୍ୟା ପ୍ରାୟ ୭ଟା ୭ମିନିଟ ସମୟରେ ଇଣ୍ଡୋନେସିଆରରାଜଧାନୀ ଜାକାର୍ତ୍ତାରେ ଭୁକମ୍ପର ବଡ଼ ଝଟକା ଅନୁଭୂତ ହୋଇଥିଲା । ସେହି ସମୟରେ ଭୂକମ୍ପର ତୀବ୍ରତା ୬.୬ ରେକର୍ଡ କରାଯାଇଥିଲା ।

Show More

Related Articles

Back to top button