ଦେଶ ବିଦେଶସ୍ୱାସ୍ଥ୍ୟ

ଚିନ୍ତା ଓ ଅବସାଦରୁ ଦୂରେଇ ରଖେ : ତୁଳସୀ ଓ କ୍ଷୀର

ତୁଳସୀ ପତ୍ର ଔଷଧୀୟ ଗୁଣରେ ଭରପୁର ଅଟେ । ତୁଳସୀ ପତ୍ର ସେବନ କରିବା ଦ୍ବାରା ଇମ୍ୟୁଣିଟି ବଢିବା ସହିତ ଗଂଭିର ରୋଗରୁ ମଧ୍ୟ ଆରାମ ମିଳିଥାଏ

ଏହି ମହାମାରୀ ସମୟରେ ତୁଳସୀ ପତ୍ରର କାଢ଼ା ପ୍ରସ୍ତୁତ କରି ପିଇବା ଦ୍ବାରା ଆମର ଇମ୍ୟୁନିଟି ବଢିବ ବୋଲି ଗବେଷକ ମାନେ ମତ ଦେଇଛନ୍ତି । କିନ୍ତୁ ତା ସହିତ ଆହୁରି ମଧ୍ୟ ଜଣା ପଡ଼ିଛି ଯେ ଦୁଗ୍ଧ ସହିତ ତୁଳସୀ ପତ୍ର ସେବନ କରିବା ଦ୍ବାରା ଅନେକ ଗୁଡ଼ିଏ ରୋଗରୁ ମଧ୍ୟ ନିଜକୁ ଦୂରେଇ ରଖି ହେବ ।ଆସନ୍ତୁ ଜାଣିବା ଏହି ବିଷୟରେ ।
* ତୁଳସୀ କ୍ଷୀର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ଦେଢ଼ ଗ୍ଲାସ୍ କ୍ଷୀରକୁ ଗୋଟିଏ ପାତ୍ରରେ ନେବାକୁ ପଡ଼ିବ । ଏହା ପରେ ଏଥିରେ ୧୦ ଟି ତୁଳସୀ ପତ୍ର ପକାଇବେ ଏବଂ ଏହାକୁ ଚୁଲିରେ ବସାଇ କିଛି ସମୟ ପାଇଁ ଫିଟାଇବେ । ଦେଖିବେ କ୍ଷୀରଟି ଗୋଟିଏ ଗ୍ଲାସ୍ ହୋଇଗଲା ପରେ ତାହାକୁ ଛାଣି ଉଷୁମ ଉଷୁମ ସେବନ କରିବେ ।
* ତୁଳସୀ ପତ୍ରର ଔଷଧୀୟ ଗୁଣ ଅବସାଦ ଓ ଚିନ୍ତାକୁ ଦୂର କରିଥାଏ । ଯେଉଁ ବ୍ୟକ୍ତି ମାନେ ମାନସିକ ଦିଶ୍ଚିନ୍ତର ଶିକାର ହେଉଛନ୍ତି ସେମାନେ କ୍ଷୀର ଓ ତୁଳସୀ ପତ୍ର ପ୍ରତେକ ଦିନ ସେବନ କରିବା ଆବଶ୍ୟକ । ଯାହା ଦ୍ବାରା ଦୁଶ୍ଚିନ୍ତାରୁ ଦୂରେଇ ରହି ପାରିବେ ।

* କରୋନା ମହାମାରୀ ସମୟରେ ପ୍ରତେକ ବ୍ୟକ୍ତି ନିଜର ଇମ୍ୟୁନିଟିକୁ ବଢ଼ାଇବାକୁ ଧ୍ୟାନ ଦେଉଛନ୍ତି । ଯେକୌଣସି ରୋଗ ହେଉ ଯଦି ଆପଣଙ୍କ ଇମ୍ୟୁନିଟି ଦୁର୍ବଳ ଥିବା ତେବେ ତାହା ଆପଣଙ୍କୁ ଆକ୍ରମଣ କରିବ । ତୁଳସୀ ପତ୍ରରେ ଥିବା ଆଣ୍ଟି ଆକ୍ସିଡ଼ାଣ୍ଟ ଆପଣଙ୍କ ପ୍ରତିରୋଧକ କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ । ଦୁଗ୍ଧ ଓ ତୁଳସୀ ପତ୍ର ଆପଣଙ୍କୁ ପୋଷାକ ତତ୍ତ୍ଵ ଯୋଗାଇବା ସହିତ ଥଣ୍ଡା ଜନିତ ସମସ୍ୟାରୁ ଦୂରେଇ ରଖିଥାନ୍ତି ।
* ଗବେଷକ ମାନଙ୍କ ମତରେ ଦୁଗ୍ଧ ଓ ତୁଳସୀ ପତ୍ର ଗରମ କରି ପିଇବା ଦ୍ବାରା ହୃତପିଣ୍ଡ ସୁସ୍ଥ ରହିଥାଏ । ପ୍ରତେକ ଦିନ ଖାଲି ପେଟରେ ତୁଳସୀ ଯୁକ୍ତ କ୍ଷୀର ପିଇବା ହୃଦରୋଗୀ ମାନଙ୍କ ପାଇଁ ଲାଭଦାୟକ ଅଟେ ।
* ଯଦି ଆପଣଙ୍କର ନିଃଶ୍ୱାସ। ସମ୍ବଧିୟ ସମସ୍ୟା ହେଉଛି ତେବେ ତୁଳସୀ ଓ ଦୁଗ୍ଧ ନିଶ୍ଚିନ୍ତ ପିଇବା ଉଚିତ୍ । ବଦଳୁଥିବା ଋତୁରେ ବିଭିନ୍ନ ସଂକ୍ରମରରୁ ଏହା ଦୂରେଇ ରଖିଥାଏ ।
* ତୁଳସୀ ପତ୍ର ଓ ଦୁଗ୍ଧ ଫୁଟାଇ ପିଇବା ଦ୍ବାରା ମାଇଗ୍ରେନ୍ ଭଳି ସମସ୍ୟାରୁ ଆରାମ ମିଳିଥାଏ । ଯଦି ଆପଣ ଦୀର୍ଘ ସମୟରୁ ଏହି ସମସ୍ୟାରେ କଷ୍ଟ ପାଉଛନ୍ତି ତେବେ ଏହି ଉପାୟକୁ ଗ୍ରହଣ କରନ୍ତୁ ।

Show More

Related Articles

Back to top button