Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କରୋନା

ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କରୋନାରେ ସଂକ୍ରମିତ ହୋଇଥିବା ଟ୍ବିଟ କରି ଜଣାଇଛନ୍ତି । କୌଣସି ଲକ୍ଷଣ ନଥାଇ ମଧ୍ୟ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ସୂଚନା ଦେଇଛନ୍ତି ।

ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କରୋନାରେ ସଂକ୍ରମିତ ହୋଇଥିବା ଟ୍ବିଟ କରି ଜଣାଇଛନ୍ତି । କୌଣସି ଲକ୍ଷଣ ନଥାଇ ମଧ୍ୟ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି ବୋଲି ସୂଚନା ଦେଇଛନ୍ତି ।

କୋଭିଡ୍ ନିୟମ ମାନି ସେ ଗୃହ ସଙ୍ଗରୋଧରେ ଅଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଘରେ ରହି ଚିକିତ୍ସିତ ହେଉଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ କର୍ମଚାରୀ ଓ ବ୍ୟକ୍ତିବିଶେଷ ସୁରକ୍ଷା ଦୃଷ୍ଟିରୁ ସ୍ୱାବ୍ ପରୀକ୍ଷା କରାଇନେବାକୁ ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ମହିଳା ଓ ଶିଶୁ ସୁରକ୍ଷା ମନ୍ତ୍ରୀ ଟୁକୁନି ସାହୁ କରୋନା ସଂକ୍ରମିତ ହୋଇଥିବା ସାମ୍ନାକୁ ଆସିଥିଲା ।

ଏହା ପୂର୍ବରୁ ୪ ଜଣ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ବେଳେ ୧୮ ଜଣ ବିଧାୟକ ଏବଂ ୩ ଜଣ ଏମ୍‌ପି ମଧ୍ୟ କରୋନା ସଂକ୍ରମିତ ହୋଇସାରିଛନ୍ତି।

Show More

Related Articles

Back to top button