Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ସ୍ବନାମଧନ୍ୟ ଗାୟିକା ଅନୁରାଧା ପଡୱାଲଙ୍କ ପୁଅ ଆଦିତ୍ୟ ପଡୱାଲଙ୍କ ଦେହାନ୍ତ

୨୦୨୦ ମସିହାରେ ବର୍ତ୍ତମାନ ସୁଦ୍ଧା ସିନେମା ଜଗତରୁ ଅନେକ ଦୁଃଖଦ ଖବର ସାମ୍ନାକୁ ଆସି ସାରିଲାଣି । ଚଳିତ ବର୍ଷ ଅନେକ ଲୋକପ୍ରିୟ ତାରକା ଦୁନିଆରୁ ବିଦାୟ ନେଇସାରିଲେଣି । ଯେଉଁଥିପାଇଁ ସେମାନଙ୍କ ପ୍ରଶଂସକ ଏବଂ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି

୨୦୨୦ ମସିହାରେ ବର୍ତ୍ତମାନ ସୁଦ୍ଧା ସିନେମା ଜଗତରୁ ଅନେକ ଦୁଃଖଦ ଖବର ସାମ୍ନାକୁ ଆସି ସାରିଲାଣି । ଚଳିତ ବର୍ଷ ଅନେକ ଲୋକପ୍ରିୟ ତାରକା ଦୁନିଆରୁ ବିଦାୟ ନେଇସାରିଲେଣି । ଯେଉଁଥିପାଇଁ ସେମାନଙ୍କ ପ୍ରଶଂସକ ଏବଂ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି । ଏହି ସମୟରେ ଇଣ୍ଡଷ୍ଟ୍ରିରୁ ଆଉ ଏକ ଦୁଃଖଦ ଖବର ଆସିଛି । ଲୋକପ୍ରିୟ ଭଜନ ଗାୟିକା ଅନୁରାଧା ପଡୱାଲଙ୍କ ପୁଅ ଆଦିତ୍ୟ ପଡୱାଲଙ୍କ ଦେହାନ୍ତ ହୋଇଛି। ଆଦିତ୍ୟ ମାତ୍ର ୩୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଅନୁରାଧା ପଡୱାଲଙ୍କ ପୁଅ ଆଦିତ୍ୟ ଦୀର୍ଘ ଦିନ ଧରି କିଡନୀ ରୋଗ ସହ ସଂଘର୍ଷ କରୁଥିଲେ। ଆଦିତ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । କିଡନୀ ଫେଲ ହେବାରୁ ଶନିବାର ସକାଳେ ଆଦିତ୍ୟ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅନୁରାଧା ପଡୱାଲ ଜଣେ ପ୍ରଖ୍ୟାତ ଭଜନ ଗାୟିକା। ତାଙ୍କ ପୁଅ ମଧ୍ୟ ତାଙ୍କ ମା’ଙ୍କ ପରି ଭଜନ ଗାୟକ ଥିଲେ। ସେ ଅନେକ ଭଜନ ଗାଇଛନ୍ତି। ଭାରତର ସର୍ବକନିଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବରେ ତାଙ୍କ ନାମ ‘ଲିମ୍‌କା ବୁକ୍ ଅଫ୍ ରେକର୍ଡସ’ରେ ମଧ୍ୟ ସାମିଲ କରାଯାଇଛି ।

Show More

Related Articles

Back to top button