ଓଡ଼ିଶାପୂଜା ପାର୍ବଣମୁଖ୍ୟ ଖବର

ଦୁର୍ଗା ପୂଜା ପାଇଁ ବିଏମସି ର ସ୍ୱତନ୍ତ୍ର ଗାଇଡଲାଇନ

ଦୁର୍ଗା ପୂଜା ପାଇଁ ବିଏମସି ର ସ୍ୱତନ୍ତ୍ର ଗାଇଡଲାଇନ । ଚଳିତ ବର୍ଷ ଫିକା ପଡିବ ଦୁର୍ଗା ପୂଜା ମଣ୍ଡପ । ପୂର୍ବ ବର୍ଷ ପରି କଟକଣା ଭିତରେ ହେବ ମା’ ଦୁର୍ଗାଙ୍କ ପୂଜା । ନିୟମ କୋହଳ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । କେବଳ ପୂଜାବିଧି ଅନୁସାରେ ସମ୍ପନ ହେବ ପୂଜା, କୌଣସି ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ନାହିଁ । ଏନେଇ ୪ ଫୁଟର ମୂର୍ତ୍ତି କରାଯିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ, ମଣ୍ଡପରେ ୭ ଜଣରୁ ଅଧିକ ରହିପାରିବେ ନାହିଁ । ଯେଉଁମାନେ ରହିବେ ସେମାନେ କରୋନା ଉଭୟ ଡୋଜ୍ ଟିକା ନେଇଥିବା ନିଶ୍ଚିତ କରିବେ । ମଣ୍ଡପକୁ ୩ ଦିଗରୁ ଢଙ୍କା ଯିବ । ଅର୍ଥାତ ଯିବା ଆସିବା ପାଇଁ ଏହି ତିନି ଦିଗରେ କୌଣସି ସୁଯୋଗ ରହିବ ନାହିଁ । ଯେଉଁ ଗୋଟିଏ ଦିଗ ଖୋଲା ରହିବ , ତାହା ମଧ୍ୟ ସବୁବେଳେ ଖୋଲା  ହେବ ନାହିଁ । କେବଳ ଯିବା ଆସିବା ସମୟରେ ଖୋଲା ହେବ । ଏହି ବାଟ ଦେଇ ଯେଭଳି ଦୂରରୁ ଦର୍ଶନ ହୋଇପାରୁ ନଥିବ ସେ ନେଇ ଆୟୋଜକ ନିଶ୍ଚିତ କରିବେ । ମଣ୍ଡପରେ ଉପସ୍ଥିତ ରହୁଥିବା ସମସ୍ତ ଆୟୋଜକ, ପୁଜକ ଓ ଅନ୍ୟମାନେ କୋଭିଡ୍ କଟକଣା ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କୌଣସି ପରିସ୍ଥିତିରେ ମାଇକ୍ କିମ୍ବା ଅନ୍ୟ କୌଣସି ମ୍ୟୁଜିକ ସିଷ୍ଟମ୍ ବାଜି ପାରିବ ନାହିଁ । ଏସବୁ ନିଷ୍ଚିତ କରି ଆୟୋଜକ ପୂଜା ଆୟୋଜନ ପାଇଁ ସ୍ୱୀକୃତି ଦେବେ । ଏହି ସ୍ୱିକୃତିପତ୍ର ଓ ଉଭୟ ଡୋଜ୍ ଟିକା ପ୍ରମାଣପତ୍ର ଆୟୋଜକ ନିଜ ପାଖରେ ପ୍ରସ୍ତୁତ ରଖିବେ, କର୍ତ୍ତୃପକ୍ଷ ଯାଞ୍ଚ କଲା ବେଳେ ଯେଭଳି ତୁରନ୍ତ ଦେଖାଇ ପାରୁଥିବେ । ସେପଟେ କଟକଣା କୁ ମାନି ପୂଜା କରିବା ପାଇଁ ପ୍ରସ୍ତୁତ ହେଲେଣି ଆୟୋଜକ । ପୂର୍ବ SOP ଅନୁସାରେ ପୂଜା କରିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଆଗରୁ SOP ପ୍ରସ୍ତୁତ ହୋଇଛି । ହାଇକୋର୍ଟ ମଧ୍ୟ କହିଛନ୍ତି ମହାମାରୀ ବେଳେ ସରକାରଙ୍କ ନିର୍ଦେଶନାମା ଯାହା ରହିଛି ତାକୁ ମାନି ଚଳନ୍ତୁ । ଯଦି ପଜିଟିଭ ରେଟ ବଢେ ସରକାର ଆଉ ପଦକ୍ଷେପ ନେଇପାରନ୍ତି । ତେଣୁ ପାର୍ବଣ ପାଇଁ ଯେଉଁ ଗାଇଡଲାଇନ ରହିଛି ତାକୁ ସମସ୍ତେ ପାଳନ କରନ୍ତୁ । ସେପଟେ ବିଏମସି କହିବା କଥା ଯେଉଁ ନିୟମାବଳୀ ଦିଆଯାଇଛି ତାକୁ ପୂଜା ମଣ୍ଡପରେ ସମସ୍ତେ ପାଳନକରନ୍ତୁ । ସେପଟେ ବିଏମସି କହିବା କଥା ଯେଉଁ ନିୟମାବଳୀ ଦିଆଯାଇଛି ତାକୁ ସମସ୍ତେ ପାଳନ କରିବେ ବୋଲି ଆମର ଆଶା, ଏହା ସହ ପୂଜା ସମୟରେ ସେଣ୍ଟ୍ରାଲ ସ୍କ୍ୱାର୍ଡ ମଣ୍ଡପରେ ବୁଲିବା ସହ ସ୍ଥିତି ମଧ୍ୟ ଅନୁଧ୍ୟାନ କରିବେ ଅନ୍ୟପଟେ ଆଗକୁ ସମସ୍ତ ପୂଜା କମିଟିକୁ ବୈଠକ ପାଇଁ ଡ଼ାକିବ ବିଏମସି । ସ୍ୱତନ୍ତ୍ର ବୈଠକ ମାଧ୍ୟମରେ ଭୁବନେଶ୍ୱରର ସମସ୍ତ ପୂଜା କମିଟି ସହ ଆଲୋଚନା କରାଯାଇ ପୂଜା ପାଇଁ ଜାରି ହୋଇଥିବା SOP କୁ ପାଳନ ପାଇଁ ପରାମର୍ଶ ଦିଆଯିବ ବୋଲି ସୂଚନା ଦେଇଛି ବିଏମସି । ବିସର୍ଜନ ପାଇଁ ମଧ୍ୟ ରହିଛି କଟକଣା । ବିସର୍ଜନ ଶୋଭାଯାତ୍ରାରେ ମାତ୍ର ୧୦ ଜଣ କର୍ମକର୍ତ୍ତା ରହିପାରିବେ । ବିସର୍ଜନ ସମୟରେ ସେମାନେ ଯେଭଳି କୋଭିଡ କଟକଣା ପାଳୁଥିବେ ତାହା ଆୟୋଜକ ନିଶ୍ଚିତ କରିବେ । ମୂର୍ତ୍ତି ବିସର୍ଜନ କେବଳ ବିଏମସି ତିଆରି କରିବାକୁ ଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ ହେବ । ଅନ୍ୟ କେଉଁଠି ବିସର୍ଜନ କଲେ ଆୟୋଜକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦିଆଯାଇଛି ।

Show More

Related Articles

Back to top button