Breaking PLUSସେଲିବ୍ରିଟିସ୍ୱାସ୍ଥ୍ୟ

ହୃଦଘାତର ଶିକାର ହେଲେ ସାଉଥ ଅଭିନେତା ବିକ୍ରମ

ଚେନ୍ନାଇ : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆସିଛି ଏକ ଦୁଃଖ ଖବର। ହୃଦଘାତର ଶିକାର ହୋଇଛନ୍ତି ତାମିଲ ଅଭିନେତା ବିକ୍ରମ। ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିକ୍ରମଙ୍କୁ ବର୍ତ୍ତମାନ ୫୬ ବର୍ଷ। ବିକ୍ରମଙ୍କ ମୁଖପାତ୍ରଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ସେ ଏବେ କାଭେରୀ ନାମକ ଏକ ପ୍ରାଇଭେଟ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ପାଇବା ପରେ ତାଙ୍କ ପ୍ରଶଂସକମାନେ ଆରୋଗ୍ୟ କାମନା କରିଛନ୍ତି। ସୂଚନା ଅନୁସାରେ, ଅଭିନେତା ବିକ୍ରମଙ୍କୁ ୮ ଜୁଲାଇରେ ନିଜର ଆଗାମୀ ଫିଲ୍ମ ‘ପୋନ୍ନିୟିନ୍ ସେଲଭନ୍ ପାର୍ଟ ୧’ର ଟିଜର ଲଞ୍ଚରେ ସାମିଲ ହେବାର ଥିଲା, ହେଲେ ତା ପୂର୍ବରୁ ଏଭଳି ଏକ ଦୁଃଖନୀୟ ଘଟଣା ଘଟିଛି। ଏହି ଟିଜର ଲଞ୍ଚ ଇଭେଣ୍ଟ ଚେନ୍ନାଇରେ ହେବ, ଇଭେଣ୍ଟର ସମୟରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଫିଲ୍ମରେ ବିକ୍ରମ ଲିଡ୍‌ ରୋଲ୍‌ରେ ଅଛନ୍ତି। ବିକ୍ରମ ତାମିଲ, ତେଲଗୁ ଓ ହିନ୍ଦୀ ସହିତ ବହୁ ଭାଷାରେ ଅଭିନୟ କରିଛନ୍ତି। ବିକ୍ରମଙ୍କୁ ୨୦୦୪ ରେ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Show More

Related Articles

Back to top button