Breaking PLUSଖେଳ
ଦକ୍ଷିଣ ଆଫ୍ରିକା ଆଗରେ ୧୪୩ ରନ୍ର ଲକ୍ଷ୍ୟ

ଟି-୨୦ ବିଶ୍ୱକପ ଗ୍ରୁପ-୧ର ଶନିବାର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ କରିବାକୁ ଆସି ଶ୍ରୀଲଙ୍କା ୨୦ ଓଭରରେ ୧୪୨ ରନ୍ କରି ଅଲ୍ଆଉଟ ହୋଇଯାଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୧୪୩ ରନ୍ର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା । ଶ୍ରୀଲଙ୍କାର ଓପନର ପାଥୁମ ମିଶଙ୍କା ସର୍ବାଧିକ ୭୧ ରନ୍(୬ ଚଉକା, ୩ ଛକା) କରିଥିଲେ ।
ସେହିପରି ଚରିଥ ଅସଲଙ୍କା ୨୧ ରନ୍(୨ ଚଉକା, ୧ ଛକା) କରିଥିଲେ । ହେଲେ ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନ ବିଶେଷ କିଛି କରିପାରି ନ ଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ତାବ୍ରାଇଜ ସାମସି ଏବଂ ଡାଓ୍ବେନ ପ୍ରିଟୋରିଅସ ୩ଟି ଲେଖାଏଁ ଉଇକେଟ ନେଇଥିଲେ