Breaking PLUSଖେଳ

‘ଆଇସିସି ପୁରୁଷ କ୍ରିକେଟ୍ କମିଟି’ର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଗାଙ୍ଗୁଲୀ

ଆଇସିସି ପୁରୁଷ କ୍ରିକେଟ କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ସୌରଭ ଗାଙ୍ଗୁଲୀ । ‘ଦ ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ (BCCI)ର ଅଧ୍ୟକ୍ଷ ଏବଂ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କୁ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ କ୍ରିକେଟ୍‌ କାଉନ୍‌ସିଲ୍‌’ର (ICC) ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିବା କଥା ଆଜି ‘ଆଇସିସି’ ଘୋଷଣା କରିଛି । ସୌରଭଙ୍କ ପୂର୍ବରୁ ଅନୀଲ କୁମ୍ବଲେ ଉକ୍ତ ପଦବୀରେ ରହିଥିଲେ ।

ଏ ବିଷୟରେ ବିବୃତି ଦେଇ ‘ଆଇସିସି’ କହିଛି, ଏହି ୩ ବର୍ଷିଆ ପଦବୀରେ ସର୍ବାଧିକ ୩ ଥର ପାଇଁ ରହିଥିବା ଅନୀଲ କୁମ୍ବଲେ ଇସ୍ତଫା ଦେବା ପରେ ‘ବିସିସିଆଇ’ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କୁ ‘ଆଇସିସି ମେନ୍‌ସ୍‌ କ୍ରିକେଟ୍‌ କମିଟି’ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।

ଭାରତର ଜଣେ ସବୁଠୁ ସଫଳ ସର୍ବକାଳୀନ ଅଧିନାୟକ ଭାବେ ଗୌରବ ଅର୍ଜନ କରିଥିବା ଗାଙ୍ଗୁଲୀ ମଧ୍ୟ ତାଙ୍କ ପିଢ଼ିର ଅନ୍ୟତମ ସର୍ବୋତ୍ତମ ବ୍ୟାଟ୍‌ସ୍‌ମ୍ୟାନ୍‌ ଥିଲେ । ୨୦୧୫ ରୁ ୨୦୧୯ ମଧ୍ୟରେ ସେ ଥିଲେ ‘କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ୍‌’ର ଅଧ୍ୟକ୍ଷ । ୨୦୧୯ରେ ସେ ‘ବିସିସିଆଇ’ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

୯ ବର୍ଷ ଧରି ଦାୟିତ୍ୱରେ ଥିବା କୁମ୍ବଲେଙ୍କୁ ଧନ୍ୟବାଦ ଜଣାଇ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ କ୍ରିକେଟ୍‌ କମିଟି’ର ଅଧ୍ୟକ୍ଷ ଗ୍ରେଗ୍‌ ବାର୍କଲେ କହିଛନ୍ତି, ‘ଆଇସିସି ମେନ୍‌ସ୍‌ କ୍ରିକେଟ୍‌ କମିଟି’ର ଅଧ୍ୟକ୍ଷ ପଦକୁ ସୌରଭ ଗାଙ୍ଗୁଲୀଙ୍କୁ ସ୍ୱାଗତ କରି ମୁଁ ଆନନ୍ଦିତ ।

Show More

Related Articles

Back to top button