Breaking PLUSଦେଶ ବିଦେଶମୁଖ୍ୟ ଖବର

ସୋନିଆ ଗାନ୍ଧୀ କୋଭିଡ୍ ପଜିଟିଭ୍

ଆହୁରି ଅନେକ କଂଗ୍ରେସ ନେତା ମଧ୍ୟ ସଂକ୍ରମିତ

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କରୋନା । କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜଓ୍ୱାଲା ଏନେଇ ସୂଚନା ଦେଇଛନ୍ତି । ସୋନିଆ ଗତ କିଛି ଦିନ ଧରି ଯେଉଁ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ସାକ୍ଷାତ କରିଥିଲେ, ସେମାନଙ୍କ ମଧ୍ୟରୁ କିଛିଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ରଣଦୀପ କହିଛନ୍ତି । ରଣଦୀପଙ୍କ କହିବାନୁସାରେ, ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଧବାର ଭଲ ନଥିଲା । ସନ୍ଧ୍ୟାରେ ଜ୍ୱର ଆସିଥିଲା । ଏହାପରେ ସେ ତୁରନ୍ତ କୋଭିଡ୍ ଟେଷ୍ଟ୍ କରିଥିଲେ । ଯାହାର ରିପୋର୍ଟ ପଜିଟିଭ୍ ଆସିଛି ।

 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ସୋନିଆ ନିଜକୁ ଆଇସୋଲେସନରେ ରଖିଛନ୍ତି । ତାଙ୍କର ଚିକିତ୍ସା ଜାରି ରହିଛି । ସେ ଧିରେଧିରେ ସୁସ୍ଥ ହେଉଛନ୍ତି । ଜୁନ ୮ ତାରିଖ ପୂର୍ବରୁ ସେ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି, ସୂଚନାଯୋଗ୍ୟ, ଜୁନ ୮ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋନିଆଙ୍କୁ ଜେରା ପାଇଁ ଡାକିଛି । ନ୍ୟାଶନାଲ ହେରାଲ୍ଡ ମାମଲାରେ ତାଙ୍କୁ ପଚରା ଉଚରା କରାଯିବ । ତେବେ ସୋନିଆ ୨ରୁ ୩ ଦିନ ମଧ୍ୟରେ ସୁସ୍ଥ ହୋଇଯିବେ ବୋଲି ରଣଦୀପ କହିଛନ୍ତି ।

Show More

Related Articles

Back to top button