Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

୫ ରାଜ୍ୟରେ ପରାଜୟ ପରେ ଇସ୍ତଫା ଦେଇପାରନ୍ତି ସୋନିଆ ଗାନ୍ଧୀ

ଅନ୍ତରୀଣ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇପାରନ୍ତି ସୋନିଆ ଗାନ୍ଧୀ ।

୫ ରାଜ୍ୟରେ କଂଗ୍ରେସର ପରାଜୟ ହେବା ପରେ ବଡ ନିଷ୍ପତ୍ତି ନେଇପାରନ୍ତି ଦଳୀୟ ହାଇକମାଣ୍ଡ । ଅନ୍ତରୀଣ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇପାରନ୍ତି ସୋନିଆ ଗାନ୍ଧୀ । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ଦିଲ୍ଲୀରେ ବସିବାକୁ ଥିବା ଦଳର କେନ୍ଦ୍ରୀୟ କାର୍ୟ୍ୟକାରିଣୀ ବୈଠକରେ ସୋନିଆ ଇସ୍ତାଫା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି ।  ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ନିଜର ଶୋଚନୀୟ ପରାଜୟ ପରେ କାରଣ ଖୋଜିବା ପାଇଁ କଂଗ୍ରେସ ପକ୍ଷରୁ ବୈଠକ ଡକାଯାଇଛି । ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେବା ନେଇ ଅନୁମାନ କରାଯାଉଥିବା ବେଳେ ସୋନିଆଙ୍କ ଇସ୍ତଫା ଦେବାର ଖବର ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ହାଇକମାଣ୍ଡ ପରିବର୍ତ୍ତନ ନେଇ ଦଳ ପକ୍ଷରୁ କିମ୍ବା ସୋନିଆ ମଧ୍ୟ ବ୍ୟକ୍ତିଗତ ଭାବେ କୌଣସି ସୂଚନା ଦେଇନାହାନ୍ତି ।

Show More

Related Articles

Back to top button