Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଯାତ୍ରୀ ଗୁରୁତର ହେବାରୁ ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ଏସିଆ ବିମାନ

କୋଲକାତାର ଜଣେ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ବିମାନଟି ଜରୁରୀ ଅବତରଣ କରିଥିଲା ।

ଆଜି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଏୟାର ଏସିଆ ବିମାନ ଜରୁରୀ ଅବତରଣ କରିଛି । କୋଲକାତାର ଜଣେ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ବିମାନଟି ଜରୁରୀ ଅବତରଣ କରିଥିଲା । ଏହାପରେ ଯାତ୍ରୀଙ୍କୁ ତୁରନ୍ତ ମେଡିକାଲକୁ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ବିମାନରେ ଥିବା ହବିବୁର ଖାନ ନାମକ ବ୍ୟକ୍ତିଙ୍କର ଶରୀର ହଠାତ ଅସୁସ୍ଥ ହୋଇପଡ଼ିବାରୁ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା । ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ବେଙ୍ଗାଲୁରୁରୁ କିଛି ଯାତ୍ରୀଙ୍କୁ କୋଲକାତା ଯାଉଥିବା ଏୟାର ଏସିଆ ବିମାନ । କିଛି ବାଟ ଯିବା ପରେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା । ଏହାପରେ ପାଇଲଟ୍‌ ତୁରନ୍ତ ବିମାନକୁ ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ ।

Show More

Related Articles

Back to top button