ଦେଶ ବିଦେଶବାଣିଜ୍ୟ

ଆକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ: ୧.୩ ଲକ୍ଷ କୋଟି ଟଙ୍କାରେ କିଣାଯିବ ୧୧୪ ଲଢ଼ୁଆ ବିମାନ

ଚୀନ୍-ପାକିସ୍ତାନ ସହ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ନିମନ୍ତେ ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର

ଭାରତୀୟ ବାୟୁସେନା ଲାଗି ୧୧୪ଟି ଯୁଦ୍ଧ ବିମାନ କିଣିବାକୁ ଯୋଜନା କରାଯାଉଛି । କୁହାଯାଉଛି ଏହି ବିମାନ କିଣିବା ପାଇଁ କେନ୍ଦ୍ର ସରକାରଙ୍କୁ ୧.୩ ଲକ୍ଷ କୋଟି ଟଙ୍କା ବ୍ୟୟ କରିବେ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୫୦ ହଜାର କୋଟିରେ ୮୩ ଟି ତେଜସ ବିମାନ କ୍ରୟକୁ ଅନୁମୋଦନ କରିଛି। ଏହି ତେଜସ ବିମାନ ବାୟୁ ସେନାର ମିଗ୍ ୨୧ ଯୁଦ୍ଧ ବିମାନର ସ୍ଥାନ ନେବ । ଏହାପରେ ବାୟୁସେନା ୧୧୪ଟି ବିମାନ କିଣିବା ପାଇଁ ଯୋଜନା ଆରମ୍ଭ କରିଛି ।ଏଥିପାଇଁ ଭାରତୀୟ ବାୟୁସେନା ଟେଣ୍ଡର ସୂଚନା ପାଇଁ ଏକ ଅନୁରୋଧ ଜାରି କରିସାରିଛି । ଖୁବ୍ ଶୀଘ୍ର ଏହି ପ୍ରକଳ୍ପ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଆବଶ୍ୟକତା ଗ୍ରହଣ (AON) ଦାଖଲ କରିବ।

ଏହା ଅଧୀନରେ ବହୁ ସଂଖ୍ୟକ ୫ମ ପିଢ଼ିର ବିମାନ କ୍ରୟ କରାଯିବ | ଯାହା ଅଧୀନରେ ସେମାନେ ନିକଟରେ କିଣାଯାଇଥିବା ରାଫାଲ ବିମାନର ସାମର୍ଥ୍ୟ ସହିତ ମେଳ କରିପାରିବେ। ଆମେରିକା, ଫ୍ରାନ୍ସ, ରୁଷ ଏବଂ ସ୍ୱିଡେନର ଯୁଦ୍ଧ ବିମାନ ଉତ୍ପାଦନକାରୀ କମ୍ପାନୀ ଭାରତର ଚାହିଦା ପୂରଣ କରିବାକୁ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି ।ଯୁକ୍ତରାଷ୍ଟ୍ରରୁ, ଏଫ୍-୧୫ ଷ୍ଟ୍ରାଇକ୍ ଇଗଲ୍, ଏଫ୍-୧୮ ସୁପର ହର୍ନେଟ୍ ଏବଂ ଏଫ୍-୧୬ ବିମାନଗୁଡ଼ିକୁ ଉନ୍ନତିକରଣ କରି ଏଫ୍-୨୧ ନାମରେ ଭାରତକୁ ଦେଇ ପାରବ ବୋଲି ପ୍ରସ୍ତାବ ଦେଇଛି । ସେହିପରି ରୁଷ ଭାରତକୁ ମିଗ୍ ୩୫ ଓ ସୁଖୋଇ ଯୁଦ୍ଧ ବିମାନର ବିକଳ୍ପ ପ୍ରସ୍ତାବ ଦେଇଛି । ସ୍ବିଡ଼େ୍ ମଧ୍ୟ ଗ୍ରିପେନ୍ ଲଢ଼ୁଆ ବିମାନ ନିମନ୍ତେ ପ୍ରସ୍ତାବ ପଠାଇଛି । ଏହି ବିମାନ ଭାରତୀୟ ବାୟୁସେନାକୁ ୨୦୦୭ରେ ମିଳିଥିବା ବିମାନଠାରୁ ଉନ୍ନତ । ଅନ୍ୟପକ୍ଷରେ ବାୟୁସେନା ମୁଖ୍ୟ କେ.ଏସ୍.ଭଦୋରିଆ ଅଧିକ ସଂଖ୍ୟକ ରାଫେଲ କିଣିବା ଉପରେ ଗୁରୁତ୍ବ ଦେଇଛନ୍ତି ।

Show More

Related Articles

Back to top button