Breaking PLUSଦୁର୍ଘଟଣାମୁଖ୍ୟ ଖବରସ୍ୱାସ୍ଥ୍ୟ
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ଜଣ ଆହାତ

ପଦ୍ମପୁର: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍ । ବରଗଡ଼ ଜିଲ୍ଲା ପଦ୍ମପୁର ପାଟଣାଗଡ଼ା ରାସ୍ତା ସୁଲିଆ ଗାଁ ନିକଟରେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ସୂଚନାନୁଯାୟୀ, କାର୍ଟି ଛତିଶଗଡ଼ ବିଳାସପୁରରୁ ହରିଶଙ୍କରକୁ ଯାଉଥିଲା। ହେଲେ ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ସୁଲିଆ ଗାଁ ନିକଟରେ ଗାଡିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଫଳରେ ଗାଡି ଭିତରେ ଥିବା ୬ଜଣ ଦୁର୍ଘଟଣାର ଶିକାର ହୋଇଛନ୍ତି । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପଦ୍ମପୁର ବଡ଼ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଛି ।