Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଭାରତ-ଚୀନ ସୀମାରୁ ୧୪ ଦିନ ହେଲା ଦୁଇ ଯବାନ ନିଖୋଜ

ଡେରାଡୁନ: ଭାରତ-ଚୀନ ସୀମାରୁ ୧୪ ଦିନ ହେଲା ଦୁଇ ଯବାନଙ୍କ ପତ୍ତା ମିଳୁନି। ସୀମାରେ ମୁତୟନ ଥିବା ଦୁଇ ଜଣ ଭାରତୀୟ ସୈନିକ ଗଲା ୧୪ ଦିନ ହେଲା ନିଖୋଜ ଅଛନ୍ତି। ଏହି ଦୁଇ ଯବାନ ଅରୁଣାଚଳ ପ୍ରଦେଶର ୭ ଗଡୱାଲ ରାଇଫଲ୍ସରେ ମୁତୟନ ଥିଲେ। ଗତ ମେ’ ୨୮ରୁ ଉଭୟ ନିଖୋଜ ଥିବା ସୂଚନା ମିଳିଛି। ନିଖୋଜ ଥିବା ଦୁଇ ଯବାନ ହେଲେ ହରେନ୍ଦ୍ର ନେଗୀ ଓ ପ୍ରକାଶ ସିଂହ ରାଣା। ହରେନ୍ଦ୍ର ନେଗୀ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ପ୍ରକାଶ ଉତ୍ତରପ୍ରଦେଶର ବାସିନ୍ଦା।ଚୀନ ସୀମାରୁ ନିଖୋଜ ହେବାର ପ୍ରାୟ ୧୪ ଦିନ ପରେ ଏହି ଦୁଇ ଯବାନଙ୍କ ଏଯାଏଁ କୌଣସି ଖୋଜ ଖବର ମିଳି ନାହିଁ। ସେପଟେ ଏହି ଦୁଇ ଯବାନ ନଦୀରେ ବୁଡ଼ି ଯାଇଥିବା ସେନା ପକ୍ଷରୁ ସନ୍ଦେହ କରାଯାଉଛି। ୩୪ ବର୍ଷୀୟ ପ୍ରକାଶ ରାଣା ଶେଷ ଥର ପାଇଁ ମେ’ ୨୮ ତାରିଖରେ ନିଜ ପତ୍ନୀଙ୍କ ସହ ଭିଡିଓ କଲ୍‌ ଜରିଆରେ କଥା ହୋଇଥିଲେ। ତା’ପର ଦିନ ପ୍ରକାଶ ନିଖୋଜ ହୋଇଯାଇଥିବା ନେଇ ଗଡୱାଲ ରାଇଫଲ ୟୁନିଟ୍‌ ପକ୍ଷରୁ ତାଙ୍କ ପତ୍ନୀଙ୍କୁ ସୂଚନା ମିଳିଥିଲା। ପ୍ରକାଶଙ୍କ ପତ୍ନୀ ମମତା ରାଣା କହିଛନ୍ତି, ‘ତାଙ୍କ ସ୍ୱାମୀ ନିଖୋଜ ଥିବା ନେଇ ଗତ ମେ’ ୨୯ ତାରିଖରେ ସେନା ପକ୍ଷରୁ ତାଙ୍କୁ ଫୋନ ଆସିଥିଲା। ଗତ ଜୁନ ୯ ତାରିଖରେ ସେନା ପକ୍ଷରୁ ଆଉ ଥରେ ଫୋନ କରି କୁହାଯାଇଥିଲା। ସେପଟେ ରାଣାଙ୍କ ସହ ରୁଦ୍ରପ୍ରୟାଗର ହରେନ୍ଦ୍ର ନେଗି ମଧ୍ୟ ସେହି ଦିନଠାରୁ ଡ୍ୟୁଟିରୁ ନିଖୋଜ ଅଛନ୍ତି। ଭାରତୀୟ ସେନା ପକ୍ଷରୁ ନିଖୋଜ ଯବାନଙ୍କ ସନ୍ଧାନ ଜାରି ରହିଛି। ରାଜ୍ୟ ସରକାର ମଧ୍ୟ ସେନାଙ୍କ ସହ ଯୋଗାଯୋଗରେ ରହିଛନ୍ତି। ଦୁଇ ସେନାଙ୍କ ନିଖୋଜକୁ ନେଇ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି ।

Show More

Related Articles

Back to top button