Breaking PLUSଦୁର୍ଘଟଣାମୁଖ୍ୟ ଖବର

ଗଙ୍ଗାନଦୀରେ ଡଙ୍ଗା ଓଲଟି ଛଅ ଜଣ ନିଖୋଜ

ଉତ୍ତର ପ୍ରଦେଶର ବାରାଣସୀରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ଗଙ୍ଗା ନଦୀର ପ୍ରଭୁ ଘାଟରେ ଏକ ଡଙ୍ଗା ବୁଡିଯାଇଛି। ଏଥିରେ ୬ ଜଣ ଲୋକ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଉପସ୍ଥିତ ଏନଡିଆର୍‌ଏଫ୍‌ ଦଳ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ। ବାକି ଦୁଇ ଜଣଙ୍କୁ ଏନଡିଆରଏଫ ଟିମ୍‌ ଖୋଜାଖୋଜି କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଟୁଣ୍ଡଲା ଠାରୁ ବାରାଣସୀକୁ ୬ଜଣ ଲୋକ ଡଙ୍ଗାରେ ଆସୁଥିଲେ। ହଠାତ୍‌ ଡଙ୍ଗାରେ ଏକ ଛିଦ୍ର ହୋଇ ସେଥିରେ ପାଣି ପଶିବା ଆରମ୍ଭ କଲା। ଲୋକମାନେ କିଛି କରିବା ପୂର୍ବରୁ ଡଙ୍ଗାଟିରେ ପାଣି ପଶି ଅନିୟନ୍ତ୍ରିତ ଅବସ୍ଥାରେ ଓଲଟିପଡିଥିଲା। ଫଳରେ ଛଅ ଜଣ ଲୋକ ପାଣିରେ ବୁଡି ଯାଇଥିଲେ ।

Show More

Related Articles

Back to top button