Breaking PLUSଅପରାଧଆଇନ କାନୁନମୁଖ୍ୟ ଖବର

ଗ୍ରାହକ ସାଜି ହୋଟେଲରୁ ଚୋରି କରିଥିଲେ ଟଙ୍କା, ଧରାପଡିଲେ ଦୁଇ ଅଭିଯୁକ୍ତ

ସୁନ୍ଦରଗଡ଼ :ଗ୍ରାହକ ସାଜି ସ୍ଥାନୀୟ ହୋଟେଲ ଜୟବିଜୟକୁ ଆସିଥିଲେ ଦୁଇ ଅଭିଯୁକ୍ତ । ଗ୍ରାହକ ଭାବେ ଆସି ଗତ ୧୬ ତାରିଖ ରାତିରେ କ୍ୟାସ କାଉଣ୍ଟରରୁ ୧ଲକ୍ଷ ୪୦ ହଜାର ଟଙ୍କା ଚୋରିକରି ଫେରାର୍‌ ହୋଇଯାଇଥିବା ୨ଅଭିଯୁକ୍ତଙ୍କୁ ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ରାଞ୍ଚିରୁ ଗିରଫ କରିଛି। ପୋଲିସ ସେମାନଙ୍କଠାରୁ ୭୦ ହଜାର ଟଙ୍କା ଜବତ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚି ଲୋୟର ବଜାର ଥାନା ଚର୍ଚ ରୋଡର ଓ୍ୱାକୁଆସ ଆଲମ ଓରଫ ଆବିୟାସ (୨୪)ବର୍ଷ ଓ ହିମ୍ପିରି କୁର୍ବାନ ଛକର ଅରସାଦ ଖାନ ଓରଫ ବଣ୍ଟି (୨୮)ବର୍ଷ। ଉଭୟ ଗତ ୧୫ ତାରିଖରେ ଆସି ଜୟବିଜୟ ହୋଟେଲରେ ଏକ ରୁମ୍‌ ବୁକ କରି ରହିଥିଲେ। ସେଦିନ ରାତି ପ୍ରାୟ ୨ଟା ୧୮ ହବ କ୍ୟାସ କାଉଣ୍ଟରକୁ ଆସି ୧ଲକ୍ଷ ୪୦ ହଜାର ଟଙ୍କା ଧରି ଚମ୍ପଟ ମାରିଥିଲେ। ଏନେଇ ହୋଟେଲ ମାଲିକ ଶ୍ରୀକାନ୍ତ ତ୍ରିପାଠୀ ଟାଉନ ଥାନାରେ ଅଭିଯୋଗ କରିଥିେଲେ। ପୋଲିସ ହୋଟେଲର ସିସିଟିଭି ଫୁଟେଜ ଓ ଅଭିଯୁକ୍ତଙ୍କ ମୋବାଇଲ ନମ୍ବର ତଥା ଅନ୍ୟାନ୍ୟ ତଥ୍ୟ ଆଧାରରେ ସବ୍‌ଇନିସପେକ୍ଟର ବିମ୍ବାଧର ମହାନ୍ତଙ୍କ ନେତୃତ୍ୱରେ ଏକ ଟିମ୍‌ ରାଞ୍ଚି ଯାଇ ଅଭିଯୁକ୍ତ ଦ୍ୱୟଙ୍କୁ ଧରିବାରେ ସଫଳ ହୋଇଥିଲେ ।

Show More

Related Articles

Back to top button