ନୟାଗଡ ପରୀ ହତ୍ୟାକାଣ୍ଡ ମାମଲା, ଯଦୁପୁର ଗାଁରୁ ୩ ଜଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ ଏସଆଇଟି
ନୟାଗଡ ପରୀ ହତ୍ୟାକାଣ୍ଡ ମାମଲାରେ ଯଦୁପୁର ଗାଁରୁ ୩ ଜଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ ଏସଆଇଟି । ହତ୍ୟାକାଣ୍ଡ ମାମଲାରେ ସନ୍ଦିଗ୍ଧ କଲେଜ ଛାତ୍ର ସରୋଜ ସେଠୀ, ତାଙ୍କ ମା' ଏବଂ ବଡ଼ ଭଉଣୀଙ୍କୁ ଶନିବାର ସକାଳେ ଏସଆଇଟିର ୩ ଜଣିଆ ଟିମ୍ ପହଞ୍ଚି ଉଠାଇନେଇଛି । ତେବେ ଏସଆଇଟି ଟିମ୍ ତାଙ୍କୁ କେଉଁ ସ୍ଥାନକୁ ନେଇଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ

ନୟାଗଡ ପରୀ ହତ୍ୟାକାଣ୍ଡ ମାମଲାରେ ଯଦୁପୁର ଗାଁରୁ ୩ ଜଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ ଏସଆଇଟି । ହତ୍ୟାକାଣ୍ଡ ମାମଲାରେ ସନ୍ଦିଗ୍ଧ କଲେଜ ଛାତ୍ର ସରୋଜ ସେଠୀ, ତାଙ୍କ ମା’ ଏବଂ ବଡ଼ ଭଉଣୀଙ୍କୁ ଶନିବାର ସକାଳେ ଏସଆଇଟିର ୩ ଜଣିଆ ଟିମ୍ ପହଞ୍ଚି ଉଠାଇନେଇଛି । ତେବେ ଏସଆଇଟି ଟିମ୍ ତାଙ୍କୁ କେଉଁ ସ୍ଥାନକୁ ନେଇଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ତେବେ ସେମାନଙ୍କୁ ନୟାଗଡ଼ରୁ ବାହାରକୁ ଜେରା କିମ୍ବା ଅନ୍ୟ କୌଣସି କାରଣ ପାଇଁ ନିଆ ଯାଇଥିବା ଖବର ମିଳିଛି।
ସରୋଜ ପରୀ ଘରର ପଡ଼ୋଶୀ ହୋଇଥିବା ବେଳେ, ତାଙ୍କ ବାଡ଼ି ପଛ ପଟୁ ପରୀର ଶବ ଉଦ୍ଧାର ହୋଇଥିଲା। ପୂର୍ବରୁ ପରୀ ହତ୍ୟାକାଣ୍ଡ ମାମଲାରେ ଏସଆଇଟିର ସ୍କାନରରେ ଥିଲେ ସରୋଜ । ପୂର୍ବରୁ ମଧ୍ୟ ଅନେକ ଥର ସରୋଜକୁ ଜେରା କରିଥିଲା ଏସଆଇଟି । ସରୋଜଙ୍କ କ୍ରାଇମବ୍ରାଞ୍ଚ ଏସଆଇଟି ଟିମ୍ ର ସନ୍ଦେହଘେରରେ ରହିଥିଲା । ସରୋଜଙ୍କୁ ଜେରା କରିବା ସହ ତାଙ୍କ ସାର୍ଟ, ପ୍ୟାଣ୍ଟ, ବେଡସିଟ୍ ଆଦିକୁ ନେଇ ମଧ୍ୟ ଏସଆଇଟି ଟିମ୍ ପରୀକ୍ଷାନୀରିକ୍ଷା କରିଥିଲା । ଅନ୍ୟପକ୍ଷରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ନାମରେ ସରୋଜ ଅଭିଯୋଗ ମଧ୍ୟ ଆଣିଥିଲେ। ତାଙ୍କୁ ପରୀ ମାମଲାରେ ଫସାଇବାକୁ ବୋଥ୍ରା ପ୍ରବର୍ତ୍ତାଉଥିବା ଏବଂ ଏଥିଲାଗି ୫ଲକ୍ଷ ଟଙ୍କା ଯାଚୁଥିବା କହିଥିଲେ। ତେଣେ ସରୋଜଙ୍କ ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି ଓଡ଼ିଶା ପୋଲିସ ସ୍ପଷ୍ଟୀକରଣ ରଖିଛି।