Breaking PLUSବଲିଉଡମନୋରଞ୍ଜନ

୨୦୨୩ରେ ଆସିବାକୁ ଯାଉଛି ‘ସିଂଘମ-୩’

ଖୁବ୍ ଶୀଘ୍ର ରୋହିତ ଶେଟ୍ଟୀ ସିନେପ୍ରେମୀଙ୍କୁ ଭେଟି ଦେବାକୁ ଯାଉଛନ୍ତି ବଲିଉଡ ଫିଲ୍ମ ”ସିଂଘମ ୩” । ବଲିଉଡର ହିଟ ମେଶିନ ଭାବେ ପରିଗଣିତ ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ‘ସୂର୍ଯ୍ୟବଂଶୀ’ ଫିଲ୍ମ ହଲରେ ଧମାଲ ମଚାଇବା ଆରମ୍ଭ କରିଛି । ସିଂଘମ ଓ ସିମ୍ବା ପରି ଅକ୍ଷୟ କୁମାରଙ୍କ ଏହି ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି । ରୋହିତ ଇତି ମଧ୍ୟରେ ଅଜୟ ଦେବଗାନଙ୍କୁ ନେଇ ତାଙ୍କର ଆଗାମୀ ଫିଲ୍ମ ‘ସିଂଘମ ୩’ର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ଯଦି ସବୁ କିଛି ଠିକ ଠାକ ରୁହେ ତାହାହେଲେ ୨୦୨୩ରେ ଏହି ଫିଲ୍ମ ରିଲିଜ ହେବ । ସିଂଘମ ଏଥର ପାକିସ୍ତାନ ଆତଙ୍କବାଦୀଙ୍କୁ ଚ୍ୟାଲେଂଜ କରିବ । ସେପ୍ଟେମ୍ବର କିମ୍ବା ଅକ୍ଟୋବରରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହେବ । ସିଂଘମ ୩ର ଅଫିସିଆଲ ଷ୍ଟାରକାଷ୍ଟ ରୋହିତ ଖୁବ ଶୀଘ୍ର ଘୋଷଣା କରିବେ ବୋଲି କହିଛନ୍ତି ।

Show More

Related Articles

Back to top button