Breaking PLUSଓଡ଼ିଶାମୁଖ୍ୟ ଖବର

ଆନ୍ତଃରାଜ୍ୟ ସିମ୍ କାର୍ଡ଼ ରାକେଟର ପର୍ଦ୍ଦାଫାସ

ଭୁବନେଶ୍ୱର, 25 ଜାନୁୟାରୀ- କେନ୍ଦୁଝର ଜିଲ୍ଲା ପୋଲିସ ଦ୍ୱାରା ଏକ ଆନ୍ତଃରାଜ୍ୟ ସିମ୍ କାର୍ଡ଼ ରାକେଟର ପର୍ଦ୍ଦାଫାସ ହୋଇଛି। ଏହି ରାକେଟରେ ୩୦୦ରୁ ଉର୍ଦ୍ଧ୍ୱ ସାଇବର ଅପରାଧରେ ଜଡିତ ରହିଛନ୍ତି। ଘଷିପୁରା ଅଞ୍ଚଳର ୪ ଜଣ ସାଇବର ଅପରାଧିଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ୫୩୮ ଟି ସିମ୍, ୧୮ ଟି ମୋବାଇଲ , ୫ଟି ବାୟୋମେଟ୍ରିକ ସ୍କାନର , ୨୫ଟି ଏଟିଏମ୍ କାର୍ଡ଼ , ୨୫ଟି ଆଇଡି କାର୍ଡ , ଗୋଟିଏ ଲାପଟପ , ୭ଟି ପାସବୁକ , ୧୮୫ଟି ଫଟୋ , ୫୦୭୧ ଟଙ୍କା ଜବତ ହୋଇଛି । ସେମାନେ ୪ ହଜାରରୁ ଉର୍ଦ୍ଧ୍ବ ଜାଲ୍ ସିମକାର୍ଡ ଲୋକଙ୍କୁ ବିକ୍ରି କରିଥିବା ଏସପି ନିତିନ୍ କୁଶଲକର୍ ସୂଚନା ଦେଇଛନ୍ତି।

Show More

Related Articles

Back to top button