Breaking PLUSଓଡ଼ିଶାମୁଖ୍ୟ ଖବର

ସମଲେଇ ପ୍ରକଳ୍ପ ଲୋକାର୍ପଣ ଦିନ ସ୍କୁଲ କଲେଜ ପାଇଁ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, 25 ଜାନୁୟାରୀ – ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ତଥା ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଜାନୁୟାରୀ 27ରେ ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମାଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ । ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ 27 ତାରିଖ ଦିନ ସାରା ରାଜ୍ୟର ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ଚତୁର୍ଥ ଶନିବାର ଯୋଗୁଁ ସେଦିନ ସମସ୍ତ ସରକାରୀ ଅଫିସ ମଧ୍ୟ ବନ୍ଦ ରହୁଛି ।

Show More

Related Articles

Back to top button