Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ସୁଶାନ୍ତ ସିଂହ ମୃତ୍ୟୁ ମାମଲା; ନାରକୋଟିକ୍ସ ବ୍ୟୁରୋ ଦାୟର କଲା ମାମଲା

ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଘଟଣା ସାମ୍ନାକୁ ଆସିବା ପରେ ନାରକୋଟିକ୍ସ ବ୍ୟୁରୋ ବୁଧବାର ଏକ ମାମଲା ଦାୟର କରିଛି ।

ମୁମ୍ୱାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମାଲା ଦିନକୁ ଦିନ ବେଶ ଜଟିଳ ହେବାରେ ଲାଗିଛି । ଏହି ମାମଲାରେ ଡ୍ରଗ୍ସ ଘଟଣା ସାମ୍ନାକୁ ଆସିବା ପରେ ନାରକୋଟିକ୍ସ ବ୍ୟୁରୋ ବୁଧବାର ଏକ ମାମଲା ଦାୟର କରିଛି । ଅନ୍ୟପକ୍ଷରେ ଅର୍ଥକାରବାରକୁ ନେଇ ପ୍ରବତ୍ତନ ନିର୍ଦ୍ଦେଶାଳୟ ସୁଶାନ୍ତ ସିଂହଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଜେରା କରୁଛି । ଏହି ସମୟରେ ଇଡି ଡ୍ରଗ୍ସ ସେବନକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉଭୟ ସିବିଆଇ ଓ ମାଦକ ପଦାର୍ଥ ନିୟନ୍ତ୍ରଣ ବ୍ୟୁରୋକୁ କିଛି ତଥ୍ୟ ପ୍ରଦାନ କରିଛି । କିନ୍ତୁ ଏହାକୁ ପୂରାପୁରି ଖଣ୍ଡନ କରିଛନ୍ତି ରିୟାଙ୍କ ଓକିଲ। ସେ ଆହୁରି କହିଛନ୍ତି, ରିୟା ନିଜ ଜୀବନରେ କେବେ ବି ମାଦକ ଦ୍ରବ୍ୟର ସେବନ କରିନାହାନ୍ତି, ଯାହାକୁ ନେଇ ସେ ଯେ କୌଣସି ପରୀକ୍ଷା ଦେବାକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ମାମଲାରେ ସିବିଆଇ ସମ୍ପୁର୍ଣ୍ଣ ଘଟଣାକୁ ନେଇ ଯାଞ୍ଚ କରୁଥିବା ବେଳେ, ଏନବିବି ମାଦକ ଦ୍ରବ୍ୟ ସେବନକୁ ନେଇ ଯାଞ୍ଚ କରୁଛି ସେହିପରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଥ କାରବାରକୁ ନେଇ ଯାଞ୍ଚ କରୁଛି।

Show More

Related Articles

Back to top button