ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟପୂଜା ପାର୍ବଣଭକ୍ତିମୁଖ୍ୟ ଖବର

ଆରମ୍ଭ ହେଲା ଶ୍ରୀଜିଉଙ୍କ ପହଣ୍ଡି

ପୁରୀ: ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଦୁଇ ବର୍ଷ ବ୍ୟବଧାନ ପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସହ ଭଗବାନଙ୍କ ଅପୂର୍ବ ମିଳନ ।  ଜଗନ୍ନାଥ, ହରିବୋଲ, ହୁଳହୁଳି ଶଦ୍ଧରେ କମ୍ପି ଉଠୁଛି ବଡଦାଣ୍ଡ । ଭୋର୍‌ ୩ଟାରେ ମଙ୍ଗଳ ଆଳତି ଓ ସାଢ଼େ ୩ଟାରେ ମଇଲମ ନୀତି ଶେଷ ହେବା ପରେ ପ୍ରଥମେ ଚକ୍ରରାଜ ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା । ପରେ ବଳଭଦ୍ରଙ୍କର ପହଣ୍ଡି ଏବଂ ଏହା ପରେ ମା’ ସୁଭଦ୍ରାଙ୍କ ପହଣ୍ଡି ହୋଇଥିଲା । ଏବେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଛି। ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ଶେଷ ହୋଇଛି।

ତେବେ ସକାଳ ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ ହେବାକୁ ଥିବା ବେଳେ ନୀତିକାନ୍ତି ୩ ଘଣ୍ଟା ଆଗୁଆ ଚାଲିଥିବାରୁ ପ୍ରାୟ ସାଢ଼େ ୬ଟାରେ ଆରମ୍ଭ ହୋଇଛି ପହଣ୍ଡି।

Show More

Related Articles

Back to top button