Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ଗାଁରେ ଫୁଟିଲା ଗୁଳି, ଭୟରେ ଛାତରୁ ଖସି ଯୁବକଙ୍କ ମୃତ୍ୟୁ

ଢ଼େଙ୍କାନାଳ : ଗାଁ ରେ ଫୁଟିଲା ଗୁଳି। ଗୁଳି ଫୁଟିବା ଦେଖି ଭୟରେ ଛାତରୁ ଖସିଡିଲେ ବ୍ୟକ୍ତି ଜଣକ। ଏଭଳି ଏକ ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା କଙ୍କଡାପାଳ ଗାଁରେ। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କାଙ୍କଡପାଳ ଗାଁ ମଝିରେ ଫାଙ୍କା ଗୁଳିମାଡ ହୋଇଛି। ଶନିବାର ରାତିରେ କାଙ୍କଡପାଳ ଗାଁର କିଛି ଯୁବକ ନିକଟସ୍ଥ ରଞ୍ଜା ଛକକୁ ଚିକେନ କିଣିବାକୁ ଯାଇଥିଲେ। ସେଠାରେ କିଛି ଯୁବକ ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ନଦେବାରୁ ସେମାନେ କାଙ୍କଡପାଳ ଗାଁକୁ ଆସି ସେଠାରେ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରାଇ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ବଜରଙ୍ଗ କ୍ଲବ ପକ୍ଷରୁ ଗାଁର କ୍ଲବ ଘରେ ଗଣେଷ ପୂଜା ହିସାବ ଚାଲିଥିବା ବେଳେ ତିନିଜଣ ଯୁବକ ସେଠାରେ ପହଞ୍ଚି ତିନି ରାଉଣ୍ଡ ଫାଙ୍କା ଗୁଳି ମାଡ କରି ଫେରାର ହୋଇଯାଇଥିଲେ। ସେପଟେ ଛାତ ଉପରେ ବସି ହିସାବ କରୁଥିବା କାଙ୍କଡପାଳ ଗାଁର ଅଜିତ କୁମାର ସାହୁ ବୋମାମାଡ ହେଉଥିବା ଭାବି ଛାତ ଉପରୁ ତଳକୁ ଡେଇଁ ପଡିଥିଲେ। ଫଳରେ ତାଙ୍କର ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଛି। ଆଖପାଖ ଅଞ୍ଚଳର କିଛି ଯୁବକ ଏଭଳି କାଣ୍ଡ ଘଟାଇଥିବା ସୂଚନା ରହିଛି। ଖବରପାଇ ଘଟଣାସ୍ଥଳରୁ ସଦର ଥାନା ପୁଲିସ ୩ଟି ଖୋକା ଜବତ କରିଛି। କୌଣସି ପୁର୍ବ ଶତ୍ରୁତା ନଥିବା ସତ୍ୟେ କାହିଁକି ଏଭଳି ଫାଙ୍କା ଗୁଳିଚାଳନା କରାଗଲା ସେନେଇ ଅଧିକ ତଦନ୍ତ କରୁଛି ସଦରଥାନା ପୁଲିସ।

Show More

Related Articles

Back to top button