Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ସଂକ୍ଷିପ୍ତ ସମ୍ବାଦ

୧- ଦେଶର ୮୦ କୋଟି ନାଗରିକଙ୍କୁ ମାଗଣାରେ ଚାଉଳ, ଗହମ ଓ ଡାଲି ଯୋଗାଇବା ଲାଗି ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ସମୟ ସୀମାକୁ ଆଉ ୪ ମାସ ବୃଦ୍ଧି କରାଯାଇଛି ।

୨- ପୁରୀରେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ପ୍ରକଳ୍ପର ଶିଳା ସ୍ଥାପନ କରିଥିଲେ ।

୩- ଏମ୍ସ ନିର୍ଦ୍ଦେଶକଙ୍କ ବୟାନ: କହିଲେ ବର୍ତମାନ କରୋନାର ୨ଟି ଡୋଜ୍ ପ୍ରାଥମିକତା, ବୁଷ୍ଟର ଡୋଜର ନାହିଁ ଆବଶ୍ୟକତା ।

୪- ଭାରତକୁ ADBରୁ ମିଳିବ ୩୦୦ ମିଲିୟନ ଡଲାରର ଋଣ, ଉପକୃତ ହେବେ ଦେଶର ୨୫ କୋଟିରୁ ଅଧିକ ଜନତା ।

୫- ଆଇସିସି ଟି-୨୦ ରାଙ୍କିଙ୍ଗ: ଦୁଇଟି ସ୍ଥାନ ଉପରକୁ ଉଠିଲେ ରୋହିତ, ଟପ୍ ଟେନରୁ ବାହାରିଲେ ବିରାଟ ।

୬- ୮୧ ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ।

୭- କଳିଙ୍ଗ ଷ୍ଟାଡିୟମରେ ଜୁନିଅର ପୁରୁଷ ହକି ବିଶ୍ୱକପ ଉଦଘାଟିତ: ଉଦଘାଟନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ।

୮- ୨୪ ଘଣ୍ଟା ମଧ୍ୟ‌ରେ ଦ୍ୱିତୀୟ ଥର ଆସିଲା ହତ୍ୟା ଧମକ, ବଢ଼ିଲା ଗୌତମ ଗମ୍ଭୀରଙ୍କ ସୁରକ୍ଷା ।

୯- କମ୍ପିଟେଟିଭ୍ ପରୀକ୍ଷା ପାଇଁ ସରକାରୀ ସ୍କୁଲ ଛାତ୍ରଛାତ୍ରୀ ହେବେ ତୟାର: ଅନଏକାଡେମୀ ସହିତ ଚୁକ୍ତି କଲା ଶିକ୍ଷା ବିଭାଗ ।

୧୦- ବଢିବ ଉତ୍ପାଦନ, କମିବ ମୂଲ୍ୟ: ପେଟ୍ରୋଲ-ଡିଜେଲ ଗାଡି ସହ ମୁକାବିଲା କରିବ ବିଦ୍ୟୁତ୍ ଚାଳିତ ଯାନ ।

୧୧- କରୋନା ସମ୍ପର୍କରେ ଆସିଲା ଭଲ ଖବର । ରାଜ୍ୟରେ ଚିହ୍ନଟ ହୋଇନାହିଁ କୌଣସି ନୂଆ ଭାରିଆଣ୍ଟ ।

୧୨- ଆଜି ଠାରୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ ।

୧୩- ମେଘାଳୟରେ କଂଗ୍ରେସ ଉପରେ ମମତାଙ୍କ ମେଗା ଷ୍ଟ୍ରାଇକ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୨ ବିଧାୟକ ଟିମ୍‌ସିରେ ସାମିଲ ।

୧୪- ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି: ଦିବ୍ୟଶଙ୍କର ବହିଷ୍କାର ନ ହେବା ଯାଏ ଆନ୍ଦୋଳନ ଚାଲିବ ।

୧୫- ବାର୍ଷିକ ଉତ୍ସବ ଯୋଗୁ ଭିମସାର ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କୁ କରୋନା, ୪୨ ଜଣ ହସପିଟାଲରେ ଭର୍ତ୍ତୀ ।

୧୬- ଓଡିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ କମିଟି ଗଠନ, ମୁଖ୍ୟ ଶାସନ ସଚିବଙ୍କ ସମେତ ୮ ପ୍ରଶାସନିକ ଅଧିକାରୀ ସାମିଲ ।

୧୭- ଜୁନିୟର ହକି ବିଶ୍ୱକପ-୨୦୨୧ ଉଦ୍ଘାଟନୀ ମ୍ୟାଚରେ ବେଲଜିୟମ୍‌ର ବିଜୟ ।

୧୮- ISLରେ ଓଡ଼ିଶା ଏଫସିର ଦମଦାର ଆରମ୍ଭ: ୩-୧ରେ ହାରିଲା ବେଙ୍ଗାଲୁରୁ ।

୧୯- ହକି ବିଶ୍ୱକପ: ପରାଜୟରୁ ଅଭିଯାନ ଆରମ୍ଭ କଲେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ।

୨୦- ରାଜସ୍ଥାନ ମନ୍ତ୍ରୀଙ୍କ ଅଜବ ବୟାନ: କହିଲେ, ହିରୋଇନ୍ କ୍ୟାଟ୍ରିନାଙ୍କ ଗାଲ ଭଳି ରାସ୍ତା ହେବା ଦରକାର ।

୨୧- ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜନଶୁଣାଣୀ ପୋର୍ଟାଲ ଏବଂ ଓଡିଆ ଭର୍ଚୁଆଲ ଏକାଡେମୀର ନୂତନ ୱେବ୍ ପୋର୍ଟାଲ ଲୋକାର୍ପିତ ।

୨୨- କେନ୍ଦ୍ର ଓ ଦିଲ୍ଲୀ ସରକାର ଉପରେ ପୁଣି ବର୍ଷିଲେ ସୁପ୍ରିମକୋର୍ଟ: କହିଲେ, ଏବେ ବି ସୁଧୁରିନି ବାୟୁ ପ୍ରଦୂଷଣ, କଣ କରୁଛନ୍ତି ପ୍ରଶାସନିକ ଅଧିକାରୀ?

Show More

Related Articles

Back to top button