ଓଡ଼ିଶାସ୍ୱତନ୍ତ୍ରସ୍ୱାସ୍ଥ୍ୟ

ବିନା ମାସ୍କରେ ଶପିଂମଲ ମନା

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ଦୈନିକ ସଂକ୍ରମଣ ୫୦୦ ଟପିଲାଣି । ବିଶେଷକରି ରାଜଧାନୀ ଭୁବନେଶ୍ୱରରୁ ୫୦ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ପୁଣିଥରେ କରୋନା କଟକଣାକୁ କଡାକଡି କରାଯାଇଛି ।

ତୋଣୁ ଆଜିଠାରୁ ରାଜଧାନୀରେ କୋଭିଡ୍‌ ଗାଇଡ୍‌ଲାଇନ୍‌ କଡ଼ାକଡ଼ି ଭାବେ ପାଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱରର ସମସ୍ତ ଶପିଂ ମଲ୍‌ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଶତ ପ୍ରତିଶତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ପ୍ରତି ବ୍ୟବସାୟିକ ପ୍ରତିଷ୍ଠାନରେ କୋଭିଡ୍‌ ମନିଟରିଂ ଅଧିକାରୀ ରହିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଟ, ବଜାର, ଶପିଂମଲ୍‌ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଗହଳି ନ କରିବାକୁ ବିଏମ୍‌ସି ନିର୍ଦ୍ଦେଶ ଦେଇଛି।

Show More

Related Articles

Back to top button