ଜୀବନଚର୍ଯ୍ୟା

ଶିବଲିଙ୍ଗରେ ଦିଅନ୍ତୁ ଏହିସବୁ ଜିନିଷ, ଦୂରହେବ ନାନା ଦୁଃଖ

ଭଗବାନ ଶିବଙ୍କୁ ଘୋର ଡାନି ବୋଲି କୁହା ଯାଇଥାଏ ଓ ଶିବଙ୍କର ପୂଜା ପାଇଁ ସୋମବାର ଦିନଟି ସବୁଠୁ ଉତ୍ତମ ଦିନ ଭାବରେ ଗଣାଯାଇଥାଏ l ସୋମବାର ଦିନ ଶିବଙ୍କର ଗୋଟିଏ ସରଳ ପୂଜା କରିବା ଦ୍ୱାରା ସେ ପ୍ରସନ ହୋଇ ଥାନ୍ତି l ଯଦି କୌଣସି ବ୍ୟକ୍ତିର ଜୀବନରେ ଅସୁବିଧା ଦୂର ହେଉନାହିଁ ତେବେ ଶାନ୍ତ ମନରେ ଶିବ ମନ୍ଦିର ଯାଇ ଶିବ ଲିଂଗାରେ କିଛି ଏପରି ଜିନିଷ ଚଢାନ୍ତୁ

ଏହି ଜିନିଷରେ କରନ୍ତୁ ଶିବଙ୍କ ଅଭିଷେକ –

ସମସ୍ତ ଦେବତା ମାନଙ୍କ ମଧ୍ୟରେ ଭଗବାନ ଶିବ ହେଉଛନ୍ତି ଏପରି ଦେବତା ଯିଏ ନିଜର ଭକ୍ତ ମାନଙ୍କର ଭକ୍ତିରେ ଶୀଘ୍ର ସନ୍ତୁଷ୍ଟ ହୁଅନ୍ତି l ବାବା ଭୋଳାନାଥଙ୍କୁ ବ୍ରହ୍ମାଣ୍ଡର ଆଦି ଓ ଅନନ୍ତ ଭାବରେ ଗଣନା କରାଯାଇଛି ,ଯିଏ ପୃଥିବୀରୁ ନେଇ ଆକାଶ ଓ ଜଳରୁ ନେଇ ଅଗ୍ନି ପର୍ଯ୍ୟନ୍ତ ସମସ୍ତ ତତ୍ତ୍ୱରେ ବିରଜା ମାନ ଅଟନ୍ତି l ଭଗବାନ ଭୋଳାନାଥ ଏକ ମାତ୍ର ଏପରି ଦେବତା ଯିଏ କେବଳ ଜଳ ଚଢ଼ାଇବା ଦ୍ୱାରା ପ୍ରସନ ହୋଇଯାଇ ଥାନ୍ତି l ଯଦି ଆପଣ କୌଣସି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଶିବ ମନ୍ଦିରରେ ଥିବା ଶିବଲିଙ୍ଗ ଉପରେ ଜଳ ଅଭିଷେକ କରନ୍ତୁ l ଯଦି ସମ୍ଭବ ହେଉଛି ତେବେ ବେଲପତ୍ର ଓ କ୍ଷୀର ସମର୍ପଣ କରନ୍ତୁ l ଅଭିଷେକ ସମୟରେ ୧୦୮ ଥର ଓଁ ନମଃ ଶିବାୟ ଜପ କରନ୍ତୁ l

ଶିବ ପୂଜା ଦ୍ୱାରା ହେଉଥିବା ଲାଭ –

ଶିବ ମନ୍ତ୍ରକୁ ଉଚ୍ଚାରଣ କରି ଶିବଲିଙ୍ଗରେ ବେଲପତ୍ର ,ଦୂରଦୁରା ଫୁଲ ଓ କ୍ଷୀର ସମର୍ପଣ କରିବା ଦ୍ୱାରା ମଣିଷର ଶୋଭାବ ଶାନ୍ତ ଓ ପ୍ରେମମୟ ହୋଇଥାଏ l ଶିବଙ୍କୁ ମହୁ ଚଢ଼ିବା ଦ୍ୱାରା ବାଣୀରେ ମଧୁରତା ଆସିଥାଏ ଓ ବ୍ୟକ୍ତିର ଶୋଭାବ ଶାନ୍ତ ରହିଥାଏ l କ୍ଷୀର ଚଢ଼ିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ଲାଭ ହୁଏ l ଗାଈର ଘିଅ ଶିବଙ୍କୁ ଅର୍ପଣ କରିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହେବା ସହିତ ସମାଜରେ ମାନ ସଂମାନ ପ୍ରାପ୍ତ ହୁଏ l ଶିବ ପୁରାଣରେ କୁହା ଯାଇଛି ଯେ ଏହି ଜିନିଷ ଗୁଡିକ ଶିବଙ୍କର ଅତି ପ୍ରିୟ ଅଟେ ,ତେଣୁ ସେ ନିଜ ଭକ୍ତର ସମସ୍ତ ସମସ୍ୟା ଦୂର କରିଥାନ୍ତି l

Show More

Related Articles

Back to top button