ଦେଶମୁଖ୍ୟ ଖବର

ଶେଖ ହସିନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଆରା ଢଙ୍ଗରେ ଜଣାଇଲେ ଅଭିନନ୍ଦନ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ଶୁଅ ଛୁଟିଛି । ଏକ ନିଆରା ଢଙ୍ଗରେ ବାଂଲାଦେଶରୁ ତାଙ୍କୁ ଶୁଭେଚ୍ଛା ପଠାଯାଇଛି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୧ତମ ଜନ୍ମ ଦିନରେ ୭୧ଟି ଗୋଲାପ ଫୁଲ ପଠାଇ ସ୍ୱତନ୍ତ୍ର ଭାବରେ ଅଭିନନ୍ଦନ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ ଭାରତ ଏବଂ ବାଂଲାଦେଶ ଇତିହାସରେ ମଧ୍ୟ ୭୧ର ବିଶେଷ ମହତ୍ତ୍ୱ ରହିଛି କାରଣ ୧୯୭୧ ମସିହାରେ ବାଂଲାଦେଶ ଭାରତ ସହାୟତାରେ ସ୍ୱାଧିନତା ଲାଭ କରିଥିଲା । ବାଂଲାଦେଶ ଗଠନ ପାଇଁ ଏହା ପୂର୍ବ ପାକିସ୍ଥାନରୁ ଖୋଦିତ ହୋଇଥିଲା । ଏଥିରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ସୂଚନାଯୋଗ୍ୟ, ୨୨ ସେପ୍ଟେମ୍ବର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଜଧାନୀ ୱାଶିଂଟନରେ ପହଞ୍ଚିବେ । ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଶେଖ ହସିନାଙ୍କ ମଧ୍ୟରେ ସାକ୍ଷାତ ହେବାର ସମ୍ଭାବନା ରହିଛି ।

Show More

Related Articles

Back to top button