Breaking PLUSଦେଶ ବିଦେଶମୁଖ୍ୟ ଖବର
ଆସନ୍ତା ୩୦ ତାରିଖରୁ ପୁଣି ଥରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଚଳିତ ମାସ ୩୦ ତାରିଖରେ ପୁଣି ଥରେ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ଚଳିତ ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ସେଠାରେ ବିଜେପିର ସ୍ଥିତି ମଜଭୁତ କରିବା ପାଇଁ ସେ ନିୟମିତ ଭାବେ ସେଠାକୁ ଯାଉଛନ୍ତି ।

ଗତ ମାସ ୧୯ ତାରିଖରେ ବି ସେ ଦୁଇ ଦିନିଆ ଗସ୍ତରେ ପଶ୍ଚିମବଙ୍ଗ ଯାଇଥିଲେ । ଆଗାମୀ ଗସ୍ତ ଅବସରରେ ଶାହ ମଟୁଆ ସମୁଦାୟର ଲୋକଙ୍କୁ ଦଳ ପ୍ରତି ଆକର୍ଷିତ କରିବା ପାଇଁ ଉଦ୍ୟମ କରିବେ । ରାଜ୍ୟର ୨୦ଟି ବିଧାନସଭା ଆସନରେ ଏହି ସମୁଦାୟ ଲୋକଙ୍କର ପ୍ରଭାବ ରହିଛି । ଉକ୍ତ ସମୁଦାୟର ଗଡ ବୋଲି ମନେ କରାଯାଉଥିବା ଠାକୁରନଗରରେ ଶାହ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।