Breaking PLUSଦୁର୍ଘଟଣାଦେଶ ବିଦେଶ

ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ର ୭୮ ନିରୀହ ଶିଶୁଙ୍କ ପ୍ରାଣହାନୀ

୯୦୦ ଜନତାଙ୍କ ମୃତ୍ୟୁ

କିଭ୍‌: ଦୀର୍ଘ ଦିନ ଧରି ଲାଗି ରହିଛି ରୁଷିଆ-ୟୁକ୍ରେନର ଘମାଘୋଟ ଯୁଦ୍ଧ । ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ତୁର୍କୀ ଆଲୋଚନା ବିଫଳ ହେବାପରେ ତୀବ୍ର ହେଉଛି ୟୁକ୍ରେନ ପ୍ରତି ଯୁଦ୍ଧ । ରୁଷିଆ ଆକ୍ରମଣରେ ଏଯାବତ୍  ୟୁକ୍ରେନ୍‌ର ୭୮ ଜଣ ନିରୀହ ଶିଶୁଙ୍କ ପ୍ରାଣହାନି ଘଟିଲାଣି।

ୟୁକ୍ରେନ୍‌ ମାନବାଧିକାର ସଂଗଠନ କର୍ତ୍ତୃପକ୍ଷଙ୍କ ଦାବି ଅନୁଯାୟୀ, ଯୁଦ୍ଧର ପ୍ରାରମ୍ଭରୁ ଏଯାବତ୍ ୭୮ ଶିଶୁଙ୍କର ମୃତ୍ୟୁ ଘଟିଛି । ମାରିଉପୁଲ ଓ ଇର୍ପିନ୍‌ରେ ଏବେ ଘମାଘୋଟ ଲଢ଼େଇ ଚାଲିଥିବାରୁ ବାସ୍ତବ ମୃତ୍ୟୁ ସଂଖ୍ୟା ଆକଳନ କରାଯାଇପାରିଥିବାବେଳେ ଜନତାଙ୍କ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହୋଇପାରିନି । କିନ୍ତୁ ଆନୁମାନିକ ସଂଖ୍ୟା ପ୍ରାୟ ୯୦୦ ହେବ ବୋଲି କୁହାଯାଉଛି ।

ୟୁକ୍ରେନ୍‌ ସେନା ରୁଷିଆ ଦଖଲରୁ ଖାର୍କିଭ୍‌ ଓ ଡେରାଚି ଅଞ୍ଚଳ ଛଡ଼ାଇ ଆଣିଛନ୍ତି । ଗତ ସପ୍ତାହରେ ରୁଷିଆ ଏହି ଦୁଇ ଅଞ୍ଚଳକୁ ଦଖଲ କରିନେଇଥିଲେ ମଧ୍ୟ ବିଶେଷ କରି ଖାର୍କିଭ୍‌ରେ ତୁମୁଳ ଲଢ଼େଇ ଜାରି ରହିଥିଲା। ୟୁକ୍ରେନ୍‌ ସେନା ଏହି ଅଞ୍ଚଳ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ। ଗୁରୁବାର ଏହି ଉଦ୍ୟମରେ ସେମାନେ ସଫଳ ହୋଇଥିବା ଜଣାପଡ଼ିଛି। ରୁଷୀୟ ସେନା ଖାର୍କିଭ୍‌କୁ ଚାରିପଟୁ ଘେରି ରହିଥିଲେ ମଧ୍ୟ ପ୍ରତିପକ୍ଷ ସେମାନଙ୍କ ବ୍ୟୁହ ଭାଙ୍ଗିବା ସହ ତଡ଼ିବାରେ ସଫଳ ହୋଇଛନ୍ତି। ୟୁକ୍ରେନ୍‌ ସେନା ନିୟନ୍ତ୍ରଣକୁ ଏହି ଦୁଇ ଅଞ୍ଚଳ ଫେରିଆସିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ୟୁକ୍ରେନ୍‌ ସେନା ଆକ୍ରମଣରେ ରୁଷିଆ ସୈନ୍ୟ ଛତ୍ରଭଙ୍ଗ ଦେଇଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ସେହିପରି ୟୁକ୍ରେନ୍‌ର ଦାବିନୁସାରେ , ଦୀର୍ଘ ୧୬ ଦିନର ଯୁଦ୍ଧ  ମଧ୍ୟରେ ରୁଷିଆର ୧୨ହଜାର ସୈନ୍ୟ ନିହତ ହୋଇଛନ୍ତି । ଏତଦ୍‌ ବ୍ୟତୀତ ୪୯ଟି ଯୁଦ୍ଧବିମାନ, ୮୧ ହେଲିକପ୍ଟର ଓ ୩୩୫ଟି ଟ୍ୟାଙ୍କ ଧ୍ବଂସ ପାଇଥିବା  କୁହାଯାଇଛି। ପୁନଶ୍ଚ ରୁଷିଆ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପରିବହନ ପାଇଁ ବ୍ୟବହୃତ ୧୧୦୫ଟି ଯୁଦ୍ଧଯାନ ସହ ୫୨୬ ଗାଡ଼ି, ୬୦ଟି ତେଲ ଟାଙ୍କି, ୧୨୩ କମାଣ, ଦୁଇଟି ନୌକା, ୫୬ ରକେଟ ଲଞ୍ଚର, ୨୯ବିମାନ ଧ୍ବସଂକାରୀ ଅସ୍ତ୍ର ଓ ୭ ଡ୍ରୋନ୍‌ ଧ୍ବଂସ ହୋଇଛି।

Show More

Related Articles

Back to top button