ଦେଶ ବିଦେଶବାଣିଜ୍ୟ

ସେନସେକ୍ସ ୧୦୬୬ ପଏଣ୍ଟ ହ୍ରାସ, ନିବେଶକ ହରାଇଲେ ୩ଲକ୍ଷ କୋଟି

ଭାରତୀୟ ଷ୍ଟକ ବଜାର ଗୁଡ଼ିକରେ ଆଜି ଏକ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ୧୦୬୬ ପଏଣ୍ଟ ହ୍ରାସ ପାଇବା ସହ ୩୯,୭୨୮.୪୧ ପଏଣ୍ଟରେ ବନ୍ଦ ହୋଇଛି

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫଟୀ ୨୯୦ ପଏଣ୍ଟ ହ୍ରାସ ପାଇ ୧୧୬୮୦.୪୦ ପଏଣ୍ଟରେ ବନ୍ଦ ହୋଇଛି ।ଷ୍ଟକ ବଜାରରେ ଏହି ହ୍ରାସ ଫଳରେ ନିବେଶକମାନେ ପ୍ରାୟ ୩.୩୪ ଲକ୍ଷ କୋଟି ହରାଇଥିବା ଅନୁମାନ କରାଯାଉଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପଂଜୀକୃତ କମ୍ପାନିମାନଙ୍କ ମୋଟ ମାର୍କେଟ କ୍ୟାପିଟାଲାଇଜେସନ ବା ବଜାର ପୁଞ୍ଜି ୧୫୭.୮୫ ଲକ୍ଷ କୋଟିକୁ ହ୍ରାସ ପାଇଛି ।ୟୁରୋପୀୟ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହେବା ପରେ ତାହା ଭାରତୀୟ ଷ୍ଟକ ବଜାରଗୁଡ଼ିକୁ ପ୍ରଭାବିତ କରିଥିଲା ।

ନିବେଶକମାନେ ପ୍ରଫିଟ ବୁକିଂ କରିବା ଫଳରେ ସୂଚକାଙ୍କଗୁଡ଼ିକ ହ୍ରାସ ପାଇଥିଲା । ଆଇଟି ଓ ବ୍ୟାଙ୍କିଙ୍ଗ୍‌ ଷ୍ଟକ ଗୁଡ଼ିକରେ ବ୍ୟାପକ ହ୍ରାସ ପରିଲକ୍ଷିତ ହୋଇଛି ।ୟୁରୋପୀୟ ଓ ବିଶ୍ୱର ଅନ୍ୟ ଷ୍ଟକ ବଜାରରେ ହ୍ରାସ ପରିଲକ୍ଷିତ ହେବାର ବିଭିନ୍ନ କାରଣ କୁହାଯାଉଛି । ତେବେ ଆମେରିକା ଓ ଚୀନ ମଧ୍ୟରେ ଉତ୍ତେଜନା, ୟୁରୋପରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଦି ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ସେହିପରି ଆମେରିକା ସରକାରଙ୍କ ପକ୍ଷରୁ ଆଉ ଏକ ଆର୍ଥିକ ପ୍ୟାକେଜ ଘୋଷଣା ବିଳମ୍ବିତ ହେବା ମଧ୍ୟ ନିବେଶକଙ୍କୁ ହତାଶ କରିଛି।

Show More

Related Articles

Back to top button