
ପୁଣି ବ୍ରାଉନସୁଗାର ଜବତ। ଖୋର୍ଦ୍ଧା ଥାନା ଗୁରୁଜଙ୍ଗ ଗାଁ ନିକଟରେ ଥବା ଏକ କମ୍ପାନୀ ନିକଟରୁ ଜବତ ହେଲା ୫୧ ଗ୍ରାମର ବ୍ରାଉନସୁଗାର । ଏଥିସହିତ ୪ ଜଣଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ନିକଟରୁ ୨ଟି ବାଇକ୍ ଜବତ କରିଛି ଟାଉନ ଥାନା ପୋଲିସ।
ସୂଚନା ଅନୁଯାୟୀ, ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଗୁରୁଜଙ୍ଗ ଗାଁର ସର୍ବେଶ୍ଵର ବେହେରା, ଜୀବନ ମିଶ୍ର, ମଠସାହିର କବିରାଜ ପ୍ରଧାନ, ବାଙ୍କୀ ଥାନା ଚମ୍ପତିପୁର ଗାଁର ଚିକୁନ ସାହୁ।