ଓଡ଼ିଆ ଗଳ୍ପଓଡ଼ିଶାସ୍ୱତନ୍ତ୍ର
ସେଇଠି…..
।।୧।।
ସେଇଠି-ଶ
ଯେଉଁଠି ଥାଏ ଅକ୍ଷରହୀନ ଶବ୍ଦ
ଶବ୍ଦହୀନ ଧ୍ୱନି
ଧ୍ୱନିହୀନ ନିରବତା
ପ୍ରଦୀପ ନଥାଇ ବି ଆଲୋକ ଜଳେ ସେଠି
ବଇଁଶୀଆଳ ନାହିଁ
ଶୁଭୁଚି ବଂଶୀସ୍ୱନ
ଚାଲ ସେଇ ତୀର୍ଥକୁ ଥରେ ଥକାମନ ।
।। ୨ ।ା
ମନ ଥକିଲା ନାଇଁ ବୋଲି ତ
ଗର୍ଭ ଅଦୃଶ୍ୟ
ପ୍ରତିଟି ଅଣୁରେ ଗର୍ଭ
ଆଖି ନାହିଁ କି ରାସ୍ତା ବି ନାହିଁ
ପାଦମାନେ ବ୍ୟସ୍ତ ସବୁ ପାହାଡ ଚଢାରେ
ହାତମାନେ ସରୀସୃପ ହୋଇ
ଯାଇଛନ୍ତି ଖାଦ୍ୟ ସନ୍ଧାନରେ ।
।। ୩ ।ା
ସେଇଠି-
ବେଳେବେଳେ କିଏ ଡାକେ
ଭୁଲ୍ରେ ଯଦି କଦବା କେମିତି
ଖୋଲାଥାଏ କାନର ଦରଜା
ଆଖିର ଖିଡିକି
ତେବେ ସେ ଡାକ ପଶିଆସେ
ଝିଟିପିଟି ଭଳି
ପୁଣି ଛପିଯାଏ ଆଲୁଅ ତଳ ଅନ୍ଧାରରେ
ସତ୍ ସତ୍ ସତ୍ ସତ୍
ଏତିକି ଶବ୍ଦ ହିଁ ଚାଲିଯାଏ ଅର୍ଥରୁ ଅର୍ଥାନ୍ତରକୁ
ଆମ ହିସାବୀ ମନରେ ।
ସେଇଠି……