Breaking PLUSଓଡ଼ିଶାମୁଖ୍ୟ ଖବର

ଲାଞ୍ଚନେଇ ଭିଜିଲାନ୍ସ ଜାଲରେ ଏସ୍‌ଡିଓ କେ. ଶ୍ରୀନିବାସ ପାତ୍ର

ଜୟପୁର ଜିଲା ଇଲେକ୍ଟ୍ରିକାଲ ଏସ୍‌ଡିଓ କେ. ଶ୍ରୀନିବାସ ପାତ୍ର ଭିଜଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୨୦ ହଜାର ଟଙ୍କା ଯାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି।

ଜୟପୁର ଜିଲା ଇଲେକ୍ଟ୍ରିକାଲ ଏସ୍‌ଡିଓ କେ. ଶ୍ରୀନିବାସ ପାତ୍ର ଭିଜଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୨୦ ହଜାର ଟଙ୍କା ଯାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ବିଭାଗ ଧରିଛି।
ସୂଚନାଯୋଗ୍ୟ, ତାଙ୍କ କାର୍ଯ୍ୟାଳୟରେ ଗତ ମାସ ଗୋଟେ ଲାଡରମ୍ୟାନ ପଦବୀ ଖାଲି ହୋଇଥିଲା। ଖାଲିଥିବା ପଦବୀ ପାଇଁ କାର୍ଯ୍ୟାଳୟ ରକାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ପୁରୁଷତି ଭୁମିଆଁଙ୍କ ନାମକୁ ସୁପାରିସ କରିଥିଲେ ଏସ୍‌ଡିଓ । ଲାଡରମ୍ୟାନ ଚାକିରି ପାଇଲେ ପୁରୁଷତି ଏହି ବାବଦକୁ ୨୦ ହଜାର ଟଙ୍କା ଦେବେ ବୋଲି ଏସ୍‌ଡିଓ କହିଥିଲେ। ପରେ ଏହି ଟଙ୍କା ତାଙ୍କୁ ମାଗିଥିଲେ। ସେ ଟଙ୍କା ନଥିବାରୁ ପ୍ରଥମ ମାସ ଦରମା ପାଇଲେ ଟଙ୍କା ଦେବି ବୋଲି କହିଥିଲେ। ସେହି କ୍ରମରେ ମଙ୍ଗଳବାର ସେ ପ୍ରଥମ ମାସର ଦରମା ଟଙ୍କା ପାଇଥିଲେ।

ଦରମା ପାଇବା ପରେ ଏସ୍‌ଡିଓ ତାଙ୍କୁ ଟଙ୍କା ମାଗିଥିଲେ । ଘଟଣା ସମ୍ପର୍କରେ ସମ୍ପୃକ୍ତ ସିକ୍ୟୁରିଟି ଗାର୍ଡ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଏସ୍‌ଡିିଓଙ୍କୁ ଟଙ୍କା ଦେବା ବେଳେ କୋରାପୁଟ ହାତରେ ଧରାପଡିଥିଲେ। ଏସ୍‌ଡିଓଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖି ଅଧିକ ତଦନ୍ତ କରାଯାଉଛି। ଏନେଇ ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ଏସ୍‌ଡିଓଙ୍କ କୋରାପୁଟ ଓ ଗଞ୍ଜାମ ଜିଲାରେ ଥିବା ୩ ତିନିଟି ସ୍ଥାନରେ ମଧ୍ୟ ରେଡ୍‌ କରାଯାଇଥିବା ସୂଚନା ମିଳିଛି।

Show More

Related Articles

Back to top button