Breaking PLUSମୁଖ୍ୟ ଖବରଶିକ୍ଷାସ୍ୱାସ୍ଥ୍ୟ

ଜଳିଗଲା ସ୍କୁଲ ବସ୍ : ୩ ପିଲା ଆହାତ

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଞ୍ଜାବର ବଟାଲାରେ ।

କିଲା ଲାଲ ସିଂରେ ପିଲାମାନଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍‌ ଜଳିଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଞ୍ଜାବର ବଟାଲାରେ । ଫଳରେ ୩ ପିଲା ପୋଡିଯାଇଛନ୍ତି। ବସ୍‌ରେ ପ୍ରାୟ ୩୦ ସ୍କୁଲ ପିଲା ଥିଲେ। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ପୂରା ବସଟି ପୋଡି ଯାଇଛି। ପିଲାମାନଙ୍କର କାନ୍ଦ ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ପିଲାମାନଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣାର ଖବର ଆସିବା ମାତ୍ରେ ଅଭିଭାବକମାନେ ଭୟଭୀତ ହୋଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସୂଚନାନୁସାରେ, ଶ୍ରୀ ଗୁରୁ ହରରାଏ ପବ୍ଲିକ ସ୍କୁଲର ବସ୍‌ ପିଲାମାନଙ୍କୁ ନେଇ ଯାଉଥିବାବେଳେ ହଠାତ୍‌ ଭାରସାମ୍ୟ ହରାଇ କ୍ଷେତରେ ଓଲଟି ପଡି ନିଆଁ ଲାଗିଯାଇଥିଲା। ଗ୍ରାମବାସୀ ପିଲାମାନଙ୍କୁ ନିଆଁରୁ ଉଦ୍ଧାର କରିଥିବାବେଳେ ଜଳିଯାଇଥିବା ପିଲାମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି।

Show More

Related Articles

Back to top button