ଦେଶମୁଖ୍ୟ ଖବରସ୍ୱତନ୍ତ୍ର

RBI ର ସୁଧହାର ବୃଦ୍ଧି , ମହଙ୍ଗା ହେଲା EMI

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଦେଲେ ସୂଚନା

ମୁମ୍ବାଇ: ଦିନକୁ ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ହେଉଥିବାବେଳେ ଏହି ସମୟରେ ବେଡି ଉପରେ କୋରଡା ମାଡ ସଦୃଶ ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ରେପୋ ରେଟ୍ ବୃଦ୍ଧି କରି ଦେଶବାସୀଙ୍କୁ ଝଟକା ଦେଇଛନ୍ତି ।  ଗୋଟିଏ ଝଟକାରେ ରେପୋ ରେଟ୍ ୦.୪୦ ପ୍ରତିଶତ ବୃଦ୍ଧି ପାଇ ୪.୪୦ ପ୍ରତିଶତ ହୋଇଛି । ଏଥିସହ ମହଙ୍ଗା ହୋଇଛି ଋଣ । ଭାରତୀୟ ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ପରେ ଏବେ ମହଙ୍ଗା ହେବାକୁ ଯାଉଛି ମାସିକ କିସ୍ତି ବା EMI।

କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି ସମିତିର ବୈଠକରେ ଅର୍ଥନୀତିର ସ୍ଥିତି ନେଇ ଆଲୋଚନା ହୋଇଥିଲା । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ବୈଠକରେ ଏମପିସି ସଦସ୍ୟ ରେପୋ ରେଟ୍ ବୃଦ୍ଧି ଲାଗି ନିଷ୍ପତ୍ତି ନେଇଥିବା କହିଛନ୍ତି । ଅସମ୍ଭାଳ ମହଙ୍ଗାକୁ ଦୃଷ୍ଚିରେ ରଖି ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲା ଏମପିସି । ରିଜର୍ଭ ବ୍ୟାଙ୍କ୍ କ୍ୟାସ୍ ରିଜର୍ଭ ରେସିଓକୁ ମଧ୍ୟ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲା । ସେହିପରି ଶ୍ରୀ ଦାସ ଆକୋମୋଡେଟିଭ୍ ମନିଟାରୀ ପଲିସିକୁ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଥିବା ଜଣା ପଡିଛି । 
Show More

Related Articles

Back to top button