ଜୀବନଚର୍ଯ୍ୟା

ଶନିବାର ଦିନ ହନୁମାନଙ୍କୁ ପୂଜା କଲେ ଶନିଦେବ କାହିଁକି ଖୁସି ହୋଇଥାନ୍ତି, ଆସନ୍ତୁ ଜାଣିବା ସେବିଷୟରେ-

ପୌରାଣିକ କଥା ଅନୁସାରେ ଶନିବାର ଦିନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଶନି ଦେବ ପ୍ରସନ ହୋଇଥାନ୍ତି l ଏହାର ଏକ ବିଶେଷ କାରଣ ମଧ୍ୟ ରହିଛି ରାମାୟଣ ଯୁଗର କଥା ,ସୀତା ମାତାଙ୍କୁ ଖୋଜି ଖୋଜି ହନୁମାନ ଲଙ୍କାରେ ପହଞ୍ଚିଥିଲେ

ସେଠାରେ ସେ ଦେଖିଲେ ଶନି ଦେବ ରାବଣର ଗୋଟିଏ କାରାଗାରରେ ଓଲଟା ଓହଳି ରହିଛନ୍ତି l ସେହି ସମୟରେ ପବନ ପୁତ୍ର ଶନି ଦେବଙ୍କୁ ଓଲଟା ଓହଳିବାର କାରଣ ପଚାରିଥିଲେ l ଶନି ଦେବ ହନୁମାନଙ୍କୁ କହିଲେ ଯେ ରାବଣ ନିଜ ଯୋଗ ବଳରେ ତାଙ୍କ ସହିତ ଅନେକ ଗ୍ରହକୁ ବନ୍ଦୀ କରି ଦେଇଛି l ଏହି କଥାଶୁଣି ହନୁମାନ ଶନି ଦେବଙ୍କୁ ରାବଣର ବନ୍ଦୀ ଶାଳାରୁ ଉଦ୍ଧାର କରିଥିଲେ l ଏହାପରେ ଶନି ଦେବ ହନୁମାନଙ୍କ ଉପରେ ପ୍ରସନ ହୋଇ କିଛି ବର ମାଗିବାକୁ କହିଥିଲେ l ହନୁମାନ ସେହି ବରଦାନ ସ୍ୱରୂପ ଶନି ଦେବଙ୍କ ପାଖରୁ ମାଗିଥିଲେ ଯେ କଳିଯୁଗରେ ମୋର ଭକ୍ତ ମାନଙ୍କ ଉପରେ ଅଶୁଭ ଦୃଷ୍ଟି ପକାଇବା ନାହିଁ l

ହନୁମାନଙ୍କର ଏହି କଥାକୁ ଓ ସାହାଯ୍ୟକୁ ଆଖି ଆଗରେ ରଖି ଶନି ଦେବ ମଧ୍ୟ ଏହି କଥା ଦେଇଥିଲେ ଯେ ଯେଉଁ ଭକ୍ତ ହନୁମାନଙ୍କର ପୂଜା ଶନିବାର ଦିନ କରିବା ତା ଉପରେ ଶନି ଦେବଙ୍କର ଅଭିଶାପ ପଡିବ ନାହିଁ l ଧାର୍ମିକ ମାନ୍ୟତା ଅନୁସାରେ ଶନି ବାର ଦିନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଶନି ଦେବଙ୍କ କୋପରୁ ରକ୍ଷା ମିଳିଥାଏ l ହନୁମାନଙ୍କ ପୂଜା ଦ୍ୱାରା କେବଳ ଶନି ଶାନ୍ତ ହୋଇ ନଥାନ୍ତି ତା ସହିତ ସୂର୍ଯ୍ୟ ଓ ମଙ୍ଗଳ ମଧ୍ୟ ଶାନ୍ତ ହୁଅନ୍ତି l ତେଣୁ ଶନିବାର ଦିନଟି ଉଭୟ ହନୁମାନ ଓ ଶନି ଦେବଙ୍କର ପ୍ରିୟ ଦିନ ଅଟେ l ଅଧିକାଂଶ ଶନି ମନ୍ଦିରରେ ହନୁମାନ ମଧ୍ୟ ଶନି ଦେବଙ୍କ ପାଖରେ ବିରାଜମାନ କରିଥାନ୍ତି l

ଶନିବାର ଦିନ ଏହିପରି କରନ୍ତୁ –

1- ଶନିବାର ଦିନ ସୂର୍ଯ୍ୟଉଦୟ ପୂର୍ବରୁ ଗାଧୋଇ ୧୦୮ ଥର ଶ୍ରୀ ହନୁମତୟେ ନମଃ ମନ୍ତ୍ରଟିକୁ ଜପ କରନ୍ତୁ l ଏହାପରେ ତମ୍ବାର ଗଡୁରେ ଜଳ ଭାରି ସେଥିରେ କିଛି ସିନ୍ଦୁର ମିଶାଇ ହନୁମାନଙ୍କୁ ଅର୍ପଣ କରନ୍ତୁ l
2- ଲଗାତାର ୧୦ ଟି ଶନିବାର ଏହିପରି କରି ହନୁମାନଙ୍କ ପାଖରେ କୌଣସି ଗୋଟାଳିଆ ଫଳ ପ୍ରସାଦ ଲଗାନ୍ତୁ l ଏହାପରେ ଶନିବାର ଦିନ ହନୁମାନ ଚାଳିଶ ପାଠ କରିବା ପାଇଁ ଭୁଲିବେ ନାହିଁ l
3- ୧୦ ଟି ଶନିବାର ପର୍ଯ୍ୟନ୍ତ ହନୁମାନଙ୍କୁ ବିଧିବଦ୍ଧ ଭାବରେ ପୂଜା କରିବେ ଓ ତାଙ୍କ ନିକଟରେ ରାଶି ଟେଲର ଦୀପ ଅର୍ପଣ କରିବାକୁ ଭୁଲିବେ ନାହିଁ l
4- ଶନିବାର ଦିନ ବରଗଛ ନିକଟରେ ମଧ୍ୟ ଗୋଟିଏ ରାଶି ଟେଲର ଦୀପ ନିଶ୍ଚିନ୍ତ ରୂପେ ଦେବେ l ଏହି ପରି କରିବା ଦ୍ୱାରା ଆପଣ ରୋଗ ,ଦୁଃଖ ,ଋଣ ଓ ଶତ୍ରୁ ଦୋଷରୁ ମୁକ୍ତି ପାଇବେ l ତାସାହିତ ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ l

Show More

Related Articles

Back to top button