ଓଡ଼ିଶାଦେଶ ବିଦେଶ

ଶାରଦୀୟ ଦୁର୍ଗାପୂଜା ଶେଷ

ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା’

କୋଭିଡ କଟକଣା ଭିତରେ ଶାରଦୀୟ ଦୁର୍ଗାପୂଜା ଶେଷ । ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା’ । ଜଗତଜନନୀଙ୍କ ଭସାଣ ଉତ୍ସବ । ଗାଇଡଲାଇନ ଭିତରେ ହିଁ ମେଲାଣି ନେବେ ମାଆ । ଭସାଣ ଉତ୍ସବ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ମାଙ୍କୁ ବିଦାୟ ଦେବା ବେଳେ ବାଜା ବାଜିବନି କି ବାଣ ଫୁଟିବନି। ବହୁ ସଂଖ୍ୟାରେ କର୍ମକର୍ତ୍ତା ମଧ୍ୟ ସାମିଲ ହେବେ ନାହିଁ । ଆଜି ଭଷାଣୀ ପାଇଁ ବିଏମସି ପକ୍ଷରୁ ଭୁବନେଶ୍ୱରରେ ୩ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି। କୁଆଖାଇ ନଦୀରେ ଦୁଇଟି ଓ ଦୟୀ ନଦୀରେ ଗୋଟିଏ ଅସ୍ଥାୟୀ ପୋଖରୀ କରିଛି ପ୍ରଶାସନ ।

ସେହିପରି କଟକ ସହରରେ ଭସାଣୀ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବେ । ୬ଟି ସ୍ଥାନରେ ଭସାଣୀ କାର୍ଯ୍ୟକ୍ରମ ହେବ । ଏଥିପାଇଁ ସବୁ ପୂଜା କମିଟିକୁ ସ୍ଲଟ ଦିଆଯାଇଛି । ସେହି ଅନୁସାରେ ପୂଜା କମିଟି ଭସାଣୀ କରିବେ । ସୂଚନାଯୋଗ୍ୟ, ପବିତ୍ର ବିଜୟା ଦଶମୀ ଦେଶବ୍ୟାପୀ ଧୁମଧାମରେ ପାଳନ ହୋଇଛି । କରୋନା କଟକଣା ମାନି ଜଗତଜନନୀଙ୍କ ପୂଜାର୍ଚ୍ଚନା ହୋଇଛି । ଏଥିସହିତ ବିଭିନ୍ନ ସ୍ଥାନରେ ରାବଣ ଦହନ କାର୍ୟ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

Show More

Related Articles

Back to top button