ଜୀବନଚର୍ଯ୍ୟାଦେଶ ବିଦେଶ

ଶନିଦେବଙ୍କ କୋପରୁ ରକ୍ଷା ପାଇବା ପାଇଁ କାଳଭୈରବଙ୍କ ପୂଜା କରନ୍ତୁ

ପୂଜା ଦ୍ୱାରା କଣ ପ୍ରଭାବ ପଡିଥାଏ , ଆସନ୍ତୁ ଜାଣିବା-

ଶନିଦେବଙ୍କୁ ସମସ୍ତ ନବଗ୍ରହ ମାନଙ୍କ ମଧ୍ୟରୁ ନ୍ୟାୟର ଦେବତା ବୋଲି କୁହାଯାଏ l ଯେଉଁ ବ୍ୟକ୍ତି ସମସ୍ତ ଭଲ ଓ ଖରାପ କାର୍ଯ୍ୟର ଫଳକୁ ଭୋଗ କରିଥାଏ ତାହା ଶନିଦେବ ପ୍ରଦାନ କରିଥାନ୍ତl ଶନିଦେବ ଭଗବାନ ଶିବଙ୍କ ଓ ହନୁମାନଙ୍କର ଭକ୍ତ ଅଟନ୍ତି l ଶନିଦେବଙ୍କର ପିତା ସୂର୍ଯ୍ୟଦେବଙ୍କ ସହିତ ତାଙ୍କର ଭଲ ସମ୍ପର୍କ ନୁହେଁ l ଥରେ ଭଗବାନ ଶିବଙ୍କୁ ଶନିଦେବ ତପସ୍ୟା କରୁଥିଲେ l ସେହି ସମୟରେ ଭଗବାନ ଶିବ ଶନିଦେବଙ୍କ ଉପରବ ପ୍ରସନ ହୋଇ ସମସ୍ତ ଗ୍ରହ ମାନଙ୍କ ମଧ୍ୟରେ ନ୍ୟାୟାଧିଶର ବରଦାନ ଦେଇଥିଲେ l ତାଙ୍କର କୋପରୁ ଭଗବାନ କିମ୍ବା ମଣିଷ କେହିବି ରକ୍ଷା ପାଆନ୍ତି ନାହିଁ ,ଶନିଦେବ ଏହି କାରଣରୁ ଶିବ ଭକ୍ତଙ୍କୁ ହଇରାଣ କରନ୍ତି ନାହିଁ l

କାଳଭୈରବଙ୍କ ପୂଜା କରିବା ଦ୍ୱାରା ଶାନ୍ତ ହୋଇଥାନ୍ତି ସାନିଦେବ –

କାଳଭୈରବ ଭଗବାନ ଶିବଙ୍କର ଅବତାର ଅଟନ୍ତି l ଶିବ ପୁରାଣ ଅନୁସାରେ କାଳଭୈରବଙ୍କ ଭଗବାନ ଶିବଙ୍କ ଅନ୍ୟ ରୂପ ବୋଲି କୁହାଯାଏ l କାଳଭୈରବ ହେଉଛନ୍ତି ଭଗବାନ ଶିବଙ୍କର ସାହସିକ ଓ ଯୁବକ ରୂପ ଅଟନ୍ତି l ତାଙ୍କୁ ଶିବଙ୍କର ରୁଦ୍ରଅବତାର ଭାବରେ ଗ୍ରହଣ କରାଯାଏ l ମାନ୍ୟତା ଅନୁସାରେ କାଳଭୈରବଙ୍କ ପୂଜା କରିବା ଦ୍ୱାରା ଶତ୍ରୁଙ୍କ ସଙ୍କଟ ନାସା ହୋଇଥାଏ l ଯେତେବେଳେ ଶନି ଅଧିକ ଅଶୁଭ ଫଳ ପ୍ରଦାନ କରନ୍ତି ସେହି ସମୟରେ କାଳଭୈରବଙ୍କ ପୂଜା କରିବା ଆବଶ୍ୟକ l ଶାସ୍ତ୍ର ଅନୁସାରେ ଶନିଦେବ ଶିବଙ୍କ ପୂଜାରେ ମଧ୍ୟ ଶାନ୍ତ ହୋଇ ଥାନ୍ତି l

ଏହି ସବୁ କାର୍ଯ୍ୟ କରିବା ଉଚିତ ନୁହେଁ –

ଶନିଦେବଙ୍କ କୋପରୁ ରକ୍ଷା ପାଇବା ପାଇଁ କେବେ କୌଣସି ଭୁଲ କାର୍ଯ୍ୟ କରନ୍ତୁ ନାହିଁ l ଶନିଦେବ ଖରାପ କାର୍ଯ୍ୟ କରିବା ଦ୍ୱାରା ଅସନ୍ତୁଷ୍ଟ ହୋଇଥାନ୍ତି l ଦୁର୍ବଳ ଲୋକ ବା ଅସହାୟ ଲୋକଙ୍କୁ ସାହାଯ୍ୟ କଲେ ଶନିଦେବ ପ୍ରସନ ହୁଅନ୍ତି l ସବୁବେଳେ ଅନ୍ୟ ମାନଙ୍କର ସମ୍ମାନ କରିବା ଦ୍ୱାରା ଶନିଦେବ ସନ୍ତୁଷ୍ଟ ହୁଅନ୍ତି l ଶନିଦେବ ପରିଶ୍ରମୀ ଲୋକ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି l ଯଦି ଆପଣ ଶନିଦେବଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛନ୍ତି ତେବେ ଅହଂକାରଠାରୁ ଦୁରେଇ ରହି ସରଳ ଜୀବନ ଜାପାନ କରନ୍ତୁ ଓ ଅସହାୟ ମାନଙ୍କର ସେବା କରନ୍ତୁ l କାରଣ ଈଶ୍ୱରଙ୍କ ଆଶୀର୍ବାଦ ଧର୍ମ ସହିତ କର୍ମକୁ ନେଇ ପ୍ରାପ୍ତ ହୋଇଥାଏ l

Show More

Related Articles

Back to top button